ମନୋରଞ୍ଜନ

ସୋ’ ପାଇଁ ଡବିଂ କରୁଥିବା ବେଳେ ଉଡ଼ିଗଲା ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକଙ୍କ ପ୍ରାଣବାୟୁ – Ibnodisha

[ad_1]

ନୂଆଦିଲ୍ଲୀ: ଏମିତି ବି  ଆସେ ମୃତ୍ୟୁ। ସବୁଦିନ ଭଳି ଆଜି ବି ବରିଷ୍ଠ ଅଭିନେତା ସୋ’ ପାଇଁ ଡବିଂ କରୁଥିଲେ। ତେବେ ସୋ’ର ଡିବଂ କରୁଥିବା ବେଳେ ଶୁକ୍ରବାର ସକାଳ ୮ଟା ସମୟରେ ତାମିଲର ବରିଷ୍ଠ ଅଭିନେତା ଜି ମାରିମୁଥୁ ହୃଦଘାତର ଶିକାର ହୋଇଥିଲେ। ହୃଦଘାତର ଶିକାର ହେବାପରେ  ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଃଖର ବିଷୟ କି ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ତାମିଲ ଅଭିନେତା ଓ ନିର୍ଦ୍ଦେଶକ ଜି ମାରିମୁଥୁଙ୍କୁ ନିକଟରେ ରାଜନୀକାନ୍ତଙ୍କ ସୁପରହିଟ ସିନେମା ‘ଯବାନ’ରେ ଦେଖିବାକୁ ମିଳିଥିଲା। ସିନେମାର ଟ୍ରେଡ ଆନାଲିଷ୍ଟ ରମେଶ ବାଲା ଶୁକ୍ରାବର  ଏକ୍ସ(ଟୁଇଟର)ରେ ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି।

 

ଜି ମାରିମଥୁ ତାମିଲ ଟେଲିଭିଜନ ସିରିଜରେ ଏଥିରନିଚଲ ଭୂମିକା ପାଇଁ ଲୋକପ୍ରିୟତା ହାସଲ କରିଥିଲେ। ସେ ସିନେମା ନିର୍ମାତା ମଣିରତ୍ମଙ୍କ ସମେତ ଅନ୍ୟ ସିନେମା ନିର୍ମାତାଙ୍କ ସହିତ ସହକାରୀ ନିର୍ଦ୍ଦେଶକ ଭାବେ କାମ ବି କରିଛନ୍ତି।

ଜି ମାରିମୁଥୁଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ପାଇଁ ଚେନ୍ନାଇସ୍ଥିତ ତାଙ୍କ ଘରକୁ ଅଣାଯିବ। ଅନ୍ତିମ ସଂସ୍କାର ତାଙ୍କ ଘର ଥେନିରେ ପରିବାରଲୋକଙ୍କ ଉପସ୍ଥିତରେ ହେବ। ‌ତେବେ ଅଭିନେତା ଓ ନିର୍ଦ୍ଦେଶକଙ୍କ ହଠାତ ଏଭଳି ପରଲୋକ ତାମିଲ ସିନେମା ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button