IBN ଓଡ଼ିଶା ଏକ୍ସକ୍ଲୁସିଭ୍

Singha Rashi, Rasifala 2021 – ଜାଣନ୍ତୁ ବର୍ଷ 2021 ରେ ଆପଣଙ୍କ ଜୀବନରେ ଆସିବ କେଉଁ ସବୁ ବଡ ପରିବର୍ତ୍ତନ

ସିଂହ ରାଶି ପାଇଁ ୨୦୨୧ ମସିହା ବହୁତ ଭଲ ରହିବ। ଘରର ରୋଜଗାର ବଢ଼ିବ। ଟଙ୍କା ସୁଧରେ ଲଗାଇଲେ ଲାଭବାନ ହେବେ।ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ସାମାଜିକ କଲ୍ୟାଣ କାମରେ ପ୍ରଶଂସା ପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ପ୍ରସନ୍ନ ଓ ସନ୍ତୁଷ୍ଟ ରହିବେ । ଶିକ୍ଷାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । କର୍ମ କ୍ଷେତ୍ରରେ ବହୁ ଅସୁବୁଧାର ସମ୍ମୁଖୀନ ହୋଇ ପାରନ୍ତି ।

ବ୍ୟବସାୟର ଉନ୍ନତି କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ । ଆଜିର କାର୍ଯ୍ୟ କଳାପରେ ସମ୍ୟକ୍ ବାଧା ଉପୁଜିପାରେ । ଅନୁଭବୀ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମିଳିବ । ଅଫିସ କାମକୁ ପୂରା କରିବାରେ ସକ୍ଷମ ହେବେ ଓ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବ ।

 

ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଅତ୍ୟଧିକ ଲୋଭ ଏବଂ ସନ୍ଦେହ, ପାରିପାର୍ଶ୍ୱିକ ପରିସ୍ଥିତିକୁ ପ୍ରତିକୂଳ ପରିସ୍ଥିତିରେ ବଦଳାଇଦେଇପାରେ । ଅତୀତର କୌଣସି ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ । ପୁରାତନ ରୋଗର ପୀଡ଼ା ଆପଣଙ୍କ ଦୃଢ଼ତାକୁ କେତେକାଂଶରେ କ୍ଷୁଣ୍ଣ କରିପାରେ।

ଶିକ୍ଷାକ୍ଷେତ୍ରରେ ଅପେକ୍ଷା କରିଥିବା କାମର ଶୁଭ ସୂଚନା ପାଇବେ। ବ୍ୟବସାୟୀମାନେ ବୁଦ୍ଧିମତା କାରଣରୁ ପ୍ରଚୁର ଲାଭ କରିବେ। ରାଜନୀତି ସମ୍ବନ୍ଧୀୟ କୌଣସି ମହତ୍ଵପୂର୍ଣ୍ଣ ସମାଚାର ଶୁଣି ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ। ଦୂରଯାତ୍ରାରେ କଷ୍ଟ ଅନୁଭବ କରିବେ। ଏକାଧିକ କାମରେ ହାତ ଦେଇ ଭଲ ବଦଳରେ ମନ୍ଦସୃଷ୍ଟି ହେବ।

2021 ରେ ଆପଣଙ୍କର ମାତାପିତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ରହିପାରେ । ଏହା ଦ୍ଵାରା ବାରମ୍ବାର ମେଡିକାଲ କିମ୍ବା ଡାକ୍ତରଙ୍କର ପରାମର୍ଶ ନେବାକୁ ପଡିପାରେ । ସିଂହ ରାଶିର ପୁରୁଷ ଏବଂ ମହିଳା ମାନଙ୍କର ଦାନ୍ତ ସମ୍ବନ୍ଧୀୟ ରୋଗ ଦେଖା ଦେବ । ଆଖିର ସମସ୍ୟା ମଧ୍ୟ ଦେଖା ଦେଇପାରେ । 2021 ରେ ପୁରୁଷ ଏବଂ ମହିଳା ମାନଙ୍କର ଆର୍ଥିକ କ୍ଷେତ୍ରରେ ଇନ୍ନତି ହେବ । ଫସି ରହିଥିବା ଧନ କିମ୍ବା ଇନଭେସ୍ଟ କରିଥିବା ଧନ ଏ ବର୍ଷ ଆପଣଙ୍କୁ ମିଳିଯିବ ।

ଦାଂପତ୍ୟ ଜୀବନରେ ପରସ୍ପରକୁ ସହଯୋଗ କରନ୍ତୁ, ବିବାଦ ଆସିଲେ ବସି ପରସ୍ପର ସହିତ ଆଲୋଚନା କରି ଏହାର ବାଟ ଖୋଜନ୍ତୁ ଯାହା ଦ୍ଵାରା ଜୀବନ ସୁଖମୟ ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ବର୍ଷ କିଛି ମାତ୍ରାରେ ଭଲ ରହିବ ନାହିଁ । କିନ୍ତୁ ବର୍ଷ ର ଶେଷ ଆଡକୁ ପ୍ରେମୀ ଯୁଗଳଙ୍କ ପାଇଁ ଭଲ ରହିଛି । କର୍ମ କ୍ଷେତ୍ରରେ ଯଦି କିଛି ପ୍ରସ୍ତୁତି କରିଥାନ୍ତି କିମ୍ବା ଯୋଜନା କରିଛନ୍ତି ତେବେ ବହୁତ ଭଲ ରହିବ । ବ୍ୟବସାୟ ପାଇଁ ମଧ୍ୟ ବହୁତ ଭଲ ସମୟ ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button