ଦୁଷ୍କର୍ମ ମାମଲାରେ ସଜା କାଟୁଥିଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତି; ୪୭ ବର୍ଷ ପରେ ମିଳିଲା ନ୍ୟାୟ – Ibnodisha
[ad_1]
ୱାଶିଂଟନ୍: ଦୁଷ୍କର୍ମ ମାମଲାରେ ସଜା କାଟିଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତି । ଅଦାଲତ ବି ଦୋଷୀ ସାବ୍ୟସ୍ତ କଲେ । ନାବାଳିକା ଦୁଷ୍କର୍ମ ପରି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତ ହୋଇ ଗତ ୪୭ ବର୍ଷ ଲଢ଼ିବା ପରେ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଖାଲି ସେତିକି ନୁହେଁ ନାବାଳିକା ଦୁଷ୍କର୍ମ ମାମଲାରେ ସାଢ଼େ ୭ ବର୍ଷ ଜେଲ୍ ଦଣ୍ଡ ଭୋଗିଛନ୍ତି । ସୂଚନା ମୁତାବକ ଏକ ଦୁଷ୍କର୍ମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ସେ ଏହି ଅପରାଧ କରିନାହାଁନ୍ତି ତେଣୁ ସେ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ତାଙ୍କୁ ନ୍ୟାୟ ପାଇବାରେ ଡିଏନ୍ଏ ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ହେଲେ ସେ ନିର୍ଦ୍ଦୋଷରେ ଖଲାସ ହେବାକୁ ଅର୍ଥାତ୍ ତାଙ୍କୁ ନ୍ୟାୟ ମିଳିବାକୁ ୪୭ ବର୍ଷ ସମୟ ବିତିଯାଇଛି । ଏହି ମାମଲା ଆମେରିକାରୁ ଆସିଛି । ବ୍ୟକ୍ତିଙ୍କ ନାଁ ହେଉଛି ଲିଓନାର୍ଡ ମ୍ୟାକ୍ । ତାଙ୍କର ବୟସ ବର୍ତ୍ତମାନ ୭୨ ବର୍ଷ । ୧୯୭୫ ମସିହାରେ ମ୍ୟାକ୍ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା । ସେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗରେ କୁହାଯାଇଥିଲା କି ନାବାଳିକା ଜଣକ ଅନ୍ୟ ଜଣେ ଝିଅ ସହ ସ୍କୁଲରୁ ଘରକୁ ଫେରିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା । ଏନେଇ ଝିଅଟି ପରିବାର ଆଗରେ କହିବା ପରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଲିଓନାର୍ଡ ମ୍ୟାକ୍ଙ୍କୁ ଗିରଫ କରିଥିଲା । ସେହି ସମୟରେ ଉଚିତ ତଥ୍ୟ ଓ ପ୍ରମାଣ ନମିଳିବାରୁ ଲିଓନାର୍ଡ ମ୍ୟାକ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୀର୍ଘ ୪୭ ବର୍ଷ ଧରି ଏହି ମାମଲା ଲଢ଼ିଆସୁଥିଲେ । ତାଙ୍କୁ ଏହି ଘଟଣାରେ ସାଢ଼େ ୭ ବର୍ଷ ମଧ୍ୟ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା । ହେଲେ ଡିଏନ୍ଏ ପାରୀକ୍ଷା କରିବା ପରେ ସେ ବର୍ତ୍ତମାନ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଲିଓନାର୍ଡ ମ୍ୟାକ୍ଙ୍କ ସହ ଘଟିଥିବା ଏହି ଦୁର୍ଘଟଣା ଆମେରିକା ଇତିହାସରେ ସବୁଠାରୁ ଭୁଲ୍ ନିଷ୍ପତ୍ତି ବୋଲି କୁହାଯାଉଛି । ନିଜ ଉପରୁ ଏହି ମିଥ୍ୟା ଆରୋପ ହଟାଇବାକୁ ସେ ୪୭ ବର୍ଷ ଧରି ସଂଘର୍ଷ କରିଆସୁଥିଲେ ।
[ad_2]