‘ଜନ୍ମାଷ୍ଟମୀରେ ମୁଁ ଭଗବାନଙ୍କ ଦର୍ଶନ ପାଇଯାଇଛି’: ଯୋଗୀ – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରେ ଆୟୋଜିତ ହୋଇଥିବା କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନ୍ଦୀବେନ ପଟେଲ ବି ସେଠାରେ ଉପସ୍ଥିତ ଥିଲେ।
ଯୋଗୀ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ଧରାପୃଷ୍ଠରେ ଅବତରଣ ସତ୍ୟ ଓ ନ୍ୟାୟ ସ୍ଥାପନା ସହିତ ଅଧର୍ମ, ଅନ୍ୟାୟ ତଥା ଅତ୍ୟାଚାର ବିରୋଧରେ ଲଢ଼ିବାକୁ ପ୍ରେରଣା ଦେଇଥାଏ।’
ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦ୍ବାରା ଗୋରଖପୁର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛୋଟଛୋଟ ପିଲାମାନେ ରାଧାକୃଷ୍ଣ ବେଶରେ ସଜେଇ ହୋଇ ଆସିଥିଲେ। ଏମାନଙ୍କୁ ଯୋଗୀ ଚକୋଲେଟ ଓ କଣ୍ଢେଇ ଉପହାର ଦେଇଥିଲେ। ଆଉ କହିଥିଲେ, ‘ଏହି ଛୋଟଛୋଟ ପିଲାଙ୍କୁ କୃଷ୍ଣ ଓ ରାଧାଙ୍କ ବେଶରେ ଦେଖି ଜନ୍ମାଷ୍ଟମୀରେ ମୁଁ ଭଗବାନଙ୍କ ଦର୍ଶନ ପାଇଯାଇଛି।’
#WATCH उत्तर प्रदेश के मुख्यमंत्री योगी आदित्यनाथ ने गोरखपुर में कृष्ण जन्माष्टमी समारोह के दौरान बच्चों को चॉकलेट और खिलौने बांटे। pic.twitter.com/X0REoLxnsT
— ANI_HindiNews (@AHindinews) September 7, 2023
ଅନ୍ୟପକ୍ଷରେ ଦେଖିବାକୁ ଗଲେ ଦିଲ୍ଲୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଗର୍ଭ ଗୃହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହାପୂର୍ବରୁ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।
[ad_2]