ମନୋରଞ୍ଜନ

ଭାରତରେ ପାକିସ୍ତାନୀ ଧାରାବାହିକ ଲୋକପ୍ରିୟ କାହିଁକି? – Ibnodisha

[ad_1]

ଭାରତରେ ଏବେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ପାକିସ୍ତାନୀ ସିରିଏଲ୍‌। ଖାଲି ଲୋକପ୍ରିୟତା ନୁହେଁ ତ, ଯେଉଁସବୁ ବିଷୟବସ୍ତୁ ଓ ଆଇଡିଆରେ ଆମ ଦେଶରେ ଟିଭି ଧାରାବାହିକଗୁଡ଼ିକ ପ୍ରସ୍ତୁତ ହେଉଛି ଏହା ତାହାର ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି। ଆମେ ଏଥିପାଇଁ ଜିନ୍ଦେଗି ଚ୍ୟାନେଲ୍‌କୁ ଉଦାହରଣ ଭାବେ ନେଇପାରିବା, ଯାହାକି ଜି ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଏଣ୍ଟରପ୍ରାଇଜର୍ସ ଲିମିଟେଡ୍‌ ଅଧୀନରେ ରହିଛି। ଏହି ଚ୍ୟ‌ାନେଲ୍‌ରେ ପ୍ରଦର୍ଶିତ ହମ୍‌ସଫର୍‌, ଜିନ୍ଦେଗୀ ଗୁଲ୍‌ଜାର୍‌ ହେ ଓ ମେରାୟ କାତିଲ୍‌ ମେରୀ ଦିିଲ୍‌ଦାର୍‌ ଭଳି ଡ୍ରାମାସବୁ ଖୁବ୍‌ ଲୋକପ୍ରିୟତା ସାଉଁଟିପାରିଛି। ଏବଂ ଓଡ଼ିଶା ସମେତ ଦେଶର ‌େଯକୌଣସି ଜାଗାରେ ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି। ୨୦୧୬ ମସିହାର ଉରି ଆକ୍ରମଣ ପରେ ଜିନ୍ଦେଗି ଚ୍ୟାନେଲ୍‌ ପାକସ୍ତାନୀ ସୋ’କୁ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। ଏହାପରେ ଜି ସଙ୍ଗେସଙ୍ଗେ ଭାରତରେ ଏହାର ଟିଭି ଚ୍ୟାନେଲ୍‌କୁ ବନ୍ଦ କରିବା ସହିତ କେବଳ ନିଜର ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ‘ଓଜି’ରେ ସୀମିତ ରଖିଥିଲା। ଏହା ସତ୍ତ୍ବେ ବି ଏହାର ଲୋକପ୍ରିୟତାରେ ସାମାନ୍ୟତମ ହ୍ରାସ ପାଇ ନ ଥିଲା। ପ୍ରଶ୍ନଉଠେ, ଭାରତରେ ସିନେମା, ଟିଭି ଭଳି ମନୋରଞ୍ଜନ ପ୍ଲାଟ୍‌ଫର୍ମ ଅତ୍ୟନ୍ତ ସୁଦୃଢ଼ ଥିବାବେ‌ଳେ କାହିଁକି ପାକିସ୍ତାନୀ ଧାରାବାହିକଗୁଡ଼ିକ ଏଠାରେ ଏତେ ପ୍ରଶଂସା ସାଉଁଟୁଛନ୍ତି? କାହିଁକି ଭାରତୀୟ ଦର୍ଶକମାନେ ଏହାକୁ ଦେଖିବା ପାଇଁ ଏତେ ଆଗ୍ରହ ପ୍ରକାଶ କରୁଛନ୍ତି? ଏପରିକି, ଭାରତୀୟ ଧାରାବାହିକ ବା ଡ୍ରାମା ତୁଳନାରେ ଏହାର ଅଧିକ ଲୋକପ୍ରିୟତା ରହିଛି?

କେତେକ ବେସରକାରୀ ମନୋରଞ୍ଜନ ସଂସ୍ଥା ଦୀର୍ଘଦିନ ଧରି ଏ ସମ୍ପର୍କରେ ବ୍ୟାପକ ତର୍ଜମା କରିଥିଲେ ଏବଂ ପାକିସ୍ତାନୀ ଧାରାବାହିକର ଲୋକପ୍ରିୟତାର କାରଣ ଖୋଜିବା ପାଇଁ ଉଦ୍ୟମ କରିଥିଲେ। ଏଥିରେ କେତେକ ଦିଗକୁ ସେମାନେ ସାମ୍‌ନାକୁ ଆଣିଥିଲେ। ଏବଂ, ଭାରତୀୟ ଧାରାବାହିକ ଓ ପାକିସ୍ତାନୀ ଧାରାବାହିକ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଦେଇଥିଲେ। ପ୍ରଥମ କାରଣ ହେଉଛି, ଭାରତୀୟ ଧାରାବାହିକ ଗୁଡ଼ିକ ବର୍ଷ ବର୍ଷ ଧରି ଚାଲିଥାଏ। ମାତ୍ର, ସେହି ତୁଳନ‌ାରେ ପାକିସ୍ତାନ ଧାରାବାହିକଗୁଡ଼ିର ଅବଧି ବହୁତ କମ୍‌। ପାକିସ୍ତାନୀ ଧାରାବାହିକ ନିୟମିତ ଦେଖୁଥିବା ଜଣେ ସାମ୍ବାଦିକଙ୍କ ମତରେ, ‘ଭାରତରେ ଜି ଜିନ୍ଦେଗି ଚ୍ୟାନେଲ୍‌ ଆରମ୍ଭ ହେବା ପୂର୍ବରୁ ବି ମୁଁ ପାକିସ୍ତାନୀ ଡ୍ରାମା ‌େଦଖୁଥିଲି। ଦେଖିବା ପଛରେ ବଡ଼ କାରଣ ହେଉଛି ଏହାର ପ୍ରତ୍ୟେକ ଏପିସୋଡ୍‌ ସମୟ ଅବଧି କୋଡ଼ିଏରୁ ଚବିଶ ମିନିଟ୍‌। ସେମାନେ ଏମିତି ଏକ ବିଷୟବସ୍ତୁ ନିଅନ୍ତି, ଯାହାକୁ ସଠିକ୍‌ ଭାବେ ଆରମ୍ଭ କରନ୍ତି ଏବଂ ନିର୍ଦ୍ଦିଷ୍ଟ ଦିଗରେ ନେଇ ଶେଷ କରନ୍ତି।’ ‘ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହାର ବିଷୟବସ୍ତୁ କୌଣସି ଉପନ୍ୟାସର କାହାଣୀ ଉପରେ ପର୍ଯ୍ୟବେସିତ କିମ୍ବା ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ହୋଇଥିବ। ଏହାର ଏପିସୋଡ୍‌ ସଂଖ୍ୟା ସର୍ବାଧିକ ତିରିଶ। ତାହାର ଏକ ସୁଦୂରପ୍ରସାବୀ ପ୍ରଭାବ ବି ରହିଥାଏ। ଯେମିତିକି, ଖସରା, ଦିଲ୍‌ ମମ୍‌ କା ଦିୟା, ଜିନ୍ଦେଗି ଗୁଲ୍‌ଜାର୍‌ ହେ,’ ବୋଲି ମତଦିଅନ୍ତି ଅନ୍ୟ ଜଣେ ଦର୍ଶକ।

ଦ୍ବିତୀୟ କାରଣ ହେଉଛି; ଭାରତର କେତେକ ଚ୍ୟାନେଲ୍‌ ଯଦିଓ ସାମାଜିକ ପ୍ରସଙ୍ଗକୁ ଭିତ୍ତିକରି ଧାରାବାହିକ ପ୍ରସ୍ତୁତ କରୁଥିଲେ, ପରବର୍ତ୍ତୀ ସମୟରେ ଏହା ପୁଣିଥରେ ‘ଶାଶୂ-ବୋହୂ’ କାହାଣୀକୁ ଫେରିଆସିଲା। ମନେପକାନ୍ତୁ, ବାଳିକାବଧୂ, ଉତ୍ତରନ୍‌, ନା ଆନ୍ନା ଇସ୍‌ ଦେଶ ଲଡ୍ଡୋ ଏବଂ ସେହିଭଳି କେତେକ ଧାରାବାହିକର କାହାଣୀକୁ। ଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ଏହିସବୁ ଧାରାବାହିକ ଗୁଡ଼ିକର ଟିଆର୍‌ପି ବି ଶୀର୍ଷରେ ଥିଲା। ମାତ୍ର, ଏହାପରେ ପୁଣି ‘ଶାଶୂ-ବୋହୂ’ କାହାଣୀ ଦେଖିବାକୁ ମିଳିଲା। ମାତ୍ର, ପାକିସ୍ତାନୀ ସିରିୟଲ୍‌ ଗୁଡ଼ିକ ବାସ୍ତବ ସାମାଜିକ ପ୍ରସଙ୍ଗ ଭିତ୍ତିକ କାହାଣୀକୁ ଅଗ୍ରାଧିକାର ଦେଇଥା’ନ୍ତି। ‘ଇସ୍କ ଜେହନସୀବ’କୁ ଉଦାହାରଣ ଭାବେ ନିଆଯାଉ। ଏହାର କାହାଣୀ ମାନସିକ ଅବସାଦ ଉପରେ ପର୍ଯ୍ୟବସିତ। ସେହିଭଳି, ‘କାସ୍‌ ମେ ତେରି ବେଟୀ ହୁଁ’ ଧାରାବାହିକ ‘ସରୋଗାସି’କୁ ନେଇ ପ୍ରଦର୍ଶିତ।

ତୃତୀୟ କାରଣ; ଏଥିରେ ଓଭର୍‌ଡ୍ରାମା କରାଯାଏନାହିଁ। ଆମେ ଯେଉଁଭଳି ଭାବେ କାନ୍ଦ ଓ ଭାବପ୍ରବଣ ଦୃଶ୍ୟକୁ ଆଣିଥାଉ, ସେମାନଙ୍କ ସଂସ୍କୃତି, ଜୀବନଶୈଳୀ ଓ ଭାବନାର ପୂରାପୂରି ବିପରୀତ। ହେଲେ, ସେମାନଙ୍କ ଧାରାବାହିକ ଦୃଶ୍ୟରେ ଅଧିକ ବାସ୍ତବତା ଥାଏ। ସତେ ଯେମିତି ନିତିଦିନିଆ ଜୀବନର କଥା କହୁଛନ୍ତି ସେମାନେ। ଖୁବ୍‌ ବାସ୍ତବ ଲାଗେ ସେସବୁ।

ଚତୁର୍ଥ କାରଣ; ବିବାହ ଭଳି ଉତ୍ସବ ‌ସେମାନଙ୍କ ଧାରାବାହିକରେ ସପ୍ତାହ ସପ୍ତାହ ଧରି ଚାଲେ ନାହିଁ। କେବଳ ଦଶରୁ ପନ୍ଦର ମିନିଟ୍‌ ମଧ୍ୟରେ ସେମାନେ ବିବାହ ଦୃଶ୍ୟକୁ ପ୍ରଦର୍ଶିତ କରିଥା’ନ୍ତି।

ପଞ୍ଚମ କାରଣ; ପାକିସ୍ତାନର କିଛି ଅଭିନେତା/ଅଭିନେତ୍ରୀ ଭାରତୀୟ ଦର୍ଶକଙ୍କର ପସନ୍ଦ ତାଲିକାକୁ ଚାଲିଆସିଛନ୍ତି। ଯେମିତିକି ଫାୱାଦ୍‌ ଖଁା।, ‘ଜିନ୍ଦେଗୀ ଗୁଲ୍‌ଜାର୍‌ ‌େହ’ର ଅଭିନେତା। ଏହି ଧାରାବାହିକ ସେହି ଦେଶର ଲୋକପ୍ରିୟ ଲେଖକ ଉମର ମହମ୍ମଦଙ୍କ ଉପନ୍ୟାସର କାହାଣୀ ଉପରେ ଆଧାରିତ। ଏଥିରେ ରହିଛି ଏକ ଧନୀ ପୁଅ ଓ ଗରିବ ଝିଅ ମଧ୍ୟରେ ପ୍ରେମ ସମ୍ପର୍କର କଥା। ଏଥିରେ ପାକିସ୍ତାନର ରକ୍ଷଣଶୀଳ ସମାଜ ବିରୋଧରେ ଜଣେ ମହିଳାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ କଥା ରହିଛି। ଏହା ଯେତେବେଳେ ପାକିସ୍ତାନରେ ପ୍ରଦର୍ଶିତ ହେଲା, ପୂରାପୂରି ହିଟ୍‌ ସାବ୍ୟସ୍ତ ହୋଇଥିଲା। ଦୁଇବର୍ଷ ପରେ ଭାରତକୁ ଏହା ଆସିଲା ଏବଂ ଏହା ଇତିହାସ ସୃଷ୍ଟିକଲା। ‌ଏଥିରେ ଲିଡ୍‌ ରୋଲ୍‌ କରୁଥିବା ଫାୱାଦ୍‌ଙ୍କ ବି ଅାମଦେଶରେ ବହୁତ ଫ୍ୟାନ୍‌ ରହିଛି। ଏହାର ଅର୍ଥ ନୁହେଁ ଯେ, ଆମ ଦେଶରେ ଭଲ ଧାରାବାହିକ ନିର୍ମାଣ ହେଉନାହିଁ। କିନ୍ତୁ, ପାରମ୍ପରିକତାଠାରୁ ଊର୍ଦ୍ଧ୍ବକୁ ଆସି ଆହୁରି ଭଲ ଭଲ ଧାରାବାହିକ ନିର୍ମାଣ ହେବାର ଆବଶ୍ୟକତା ରହିଛି। ଯାହାଫଳରେ, ଆମ ଧାରାବାହିକ କେବଳ ପାକିସ୍ତାନରେ କାହିଁକି ସାରା ବିଶ୍ବକୁ ଛୁଇଁପାରିବ। ସେଥିପାଇଁ ସମସ୍ତ ପ୍ରକାର ସକ୍ଷମତା ଆମର ରହିଛି।
– ପ୍ରସ୍ତୁତି: ରବିବାର ଫିଚର୍ସ



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button