ଦେଶ

ମୋଦୀ-ନୀତୀଶ ଭେଟ ନେଇ ବିରୋଧୀ ଶିବିରରେ ହଇଚଇ – Ibnodisha

[ad_1]

ନୂଆଦିଲ୍ଲୀ:  ଜି-୨୦ ବୈଠକ ବେଳେ ଅନୁଷ୍ଠିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ବିରୋଧୀ ଶିବିରରେ ହଇଚଇ ସୃଷ୍ଟି ହୋଇଛି । ଇଣ୍ଡିଆ ମେଣ୍ଟ ଗଠନ ପରେ ଏହି ଦୁଇ ନେତା ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଏଭଳି ସ୍ଥିତିରେ ଏହି ବୈଠକକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଏହି ସାକ୍ଷାତ ପରେ ଜନ ସୁରାଜ ଅଭିଯାନର ମୁଖ୍ୟ ପ୍ରଶାନ୍ତ କିଶୋର ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ବିହାରରେ ବର୍ତ୍ତମାନ ଯେଉଁ ବ୍ୟବସ୍ଥାରେ ସରକାର ଚାଲିଛି, ଆଗକୁ ତାହା ଜାରି ରହିବ ବୋଲି କହିହେବ ନାହିଁ ।ଆଗାମୀ ନିର୍ବାଚନରେ ସ୍ଥିତିରେ ପରିବର୍ତ୍ତନ ଆସିପାରେ ।

ଦିଲ୍ଲୀରେ ଜି-୨୦ ବୈଠକ ରେ ରାଷ୍ଟ୍ରପତି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ, ଯେଉଁଥିରେ କଂଗ୍ରେସର କିଛି ମୁଖ୍ୟମନ୍ତ୍ରୀ ଯୋଗ ଦେଇନଥିଲେ । ତେବେ ଏହି ରାତ୍ରୀ ଭୋଜନରେ ନୀତୀଶ କୁମାର ଯୋଗ ଦେବା ପରେ ରାଜନୈତିକ ହଟଚମଟ ତୀବ୍ର ହେବାରେ ଲାଗିଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଯେପରି ନାଲନ୍ଦା ବିଶ୍ୱବିଦ୍ୟାଳୟକୁ ପୃଷ୍ଠଭୂମିରେ ରଖି ବିଦେଶୀ ଅତିଥିଙ୍କୁ ଦେଖାଇଥିଲେ, ତାହା ଦେଶ ବିଦେଶରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ପରିଚୟ ବୃଦ୍ଧି କରିବା ସହ ବିହାରର ପରିଚୟକୁ ମଧ୍ୟ ଯଥେଷ୍ଟ ବୃଦ୍ଧି କରିଛି ବୋଲି ବିଶ୍ୱାସ କରାଯାଉଛି। ସେହିପରି ରାତ୍ରୀ ଭୋଜନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୀତୀଶ କୁମାରଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପରିଚିତ କରାଇଥିଲେ, ଯାହାକୁ ନେଇ ନୀତୀଶ କୁମାର ମଧ୍ୟ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button