ଦେଶ

ତରଙ୍ଗାୟିତ ଅଟ୍ଟାଳିକା : ୩୨ ମିଟର ଉଚ୍ଚ, ୧୩ ମିଟର ଓସାର ଓ ୮୬୦ମିଟର ଲମ୍ବ – Ibnodisha

[ad_1]

ପୋଲାଣ୍ଡର ଜିଡାଂସ୍କ ସହରରେ ଥିବା ବିଚିତ୍ର ତରଙ୍ଗାୟିତ ଅଟ୍ଟାଳିକା ସମୂହ ପର୍ଯ୍ୟଟକମାନଙ୍କ ଲାଗି ଅନ୍ୟତମ ଆକର୍ଷଣ ହୋଇ ରହିଛି। ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ବାସଗୃହର ଘୋର ଅଭାବ ଥିବା ସମୟରେ ଏହି କୋଠାଗୁଡ଼ିକର ନିର୍ମାଣ କରାଯାଇଥିଲା। ତେବେ ଅଟ୍ଟାଳିକାଗୁଡ଼ିକର ଢେଉଢେଉକା ଆକୃତି ଯୋଗୁଁ ତାହାକୁ ‘ଫାଲୋୱି’ କୁହାଯାଉଛି। ପୋଲାଣ୍ଡର ସ୍ଥାନୀୟ ଭାଷାରେ ‘ଫାଲା’ ଶବ୍ଦର ଅର୍ଥ ହେଉଛି ଢେଉ ଏବଂ ତାହାର ବହୁବଚନ ହେଉଛି ଫାଲୋୱି। ସେଠାରେ ଏପରି ୮ଟି ଅଟ୍ଟାଳିକା ରହିଛି। ସେମାନଙ୍କ ଭିତରୁ ସବୁଠୁ ଜଣାଶୁଣା ଅଟ୍ଟାଳିକାଟି ପ୍ରିମୋର୍ଜା ବ୍ଲକ୍‌ରେ ରହିଛି।

ଛୋଟ ସହର ଭଳି ଲାଗୁଥିବା ଏହି ଅଟ୍ଟାଳିକାଟି ୧୧ ମହଲା ବିଶିଷ୍ଟ ଯହିଁରେ ୧୬ଟି ଶିଡ଼ି ଓ ୧,୭୯୨ଟି ବାସଗୃହ ରହିଛି। ମୋଟ ୩୨ ମିଟର ଉଚ୍ଚ, ୧୩ ମିଟର ଓସାର ଓ ୮୬୦ମିଟର ଦୈର୍ଘ ବିଶିଷ୍ଟ ଏହି ଅଟ୍ଟାଳିକାରେ ପାଖାପାଖି ୬ ହଜାର ଲୋକ ରହୁଛନ୍ତି। ଏକ ଲମ୍ବା ଟ୍ରେନ୍‌ ପରି ଏହି ଅଟ୍ଟାଳିକା ପରିବ୍ୟାପ୍ତ, ଯାହାର ୩ଟି ବସ୍‌ ରହଣି ସ୍ଥାନ ରହିଛି। ଏକାଭଳି ଦେଖାଯାଉଥିବା ଆଠଟି ଯାକ ଫାଲୋୱିକୁ ବାସଗୃହ ଅଭାବର ଅସ୍ଥାୟୀ ସମାଧାନ ଭାବେ ଗଢ଼ାଯାଇଥିଲା। ତେବେ ସମୟାନୁକ୍ରମେ ସେଗୁଡ଼ିକ ବର୍ଷ ବର୍ଷ ଧରି ସମୁଦ୍ର କୂଳର ପ୍ରାକୃତିକ ଦୃଶ୍ୟରେ ଅନ୍ତର୍ନିହିତ ହୋଇ ରହିଯାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button