ପାକିସ୍ତାନୀ ଠାରୁ ସବୁ ସଂପର୍କ ତୁଟାଇବାକୁ ଆଫଗାନିସ୍ତାନ ବଡ଼ ପ୍ରସ୍ତୁତି – Ibnodisha
[ad_1]
କାବୁଲ : ନିଜର ପଡୋଶୀ ଦେଶ ପାକିସ୍ତାନୀ ଠାରୁ ସବୁ ସଂପର୍କ ତୁଟାଇବାକୁ ଆଫଗାନିସ୍ତାନ ବଡ଼ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଉଭୟ ଦେଶ ମଧ୍ୟରେ ସୀମାରେ ଜାରି ସଂଘର୍ଷ ମଧ୍ୟରେ ଏବେ ଆଫଗାନିସ୍ତାନ ପାକିସ୍ତାନର କରେନ୍ସି ଉପରେ ବି ବ୍ୟାନ ଲଗେଇବାକୁ ପ୍ରସ୍ତୁତିରେ ଲାଗି ପଡ଼ିଛି । ରିପୋର୍ଟ ଅନୁସାରେ , ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଆଫଗାନିସ୍ତାନ ଗତ ସପ୍ତାହରୁ ଦେଶର ଦକ୍ଷିଣ-ପଶ୍ଚିମୀ ଅଞ୍ଚଳରେ ଆଫଗାନୀ ମୁଦ୍ରାକୁ ପ୍ରସାର କରିବା ଆରମ୍ଭ କରି ଦେଇଛି । ଏବେ ଖୁବ୍ ଶୀଘ୍ର ପାକିସ୍ତାନୀ ମୁଦ୍ରା (କରେନ୍ସି)ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ରହିଛି । ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ୍ ଦେଶର ଦକ୍ଷିଣ-ପଶ୍ଚିମୀ ପ୍ରାନ୍ତର ନିବାସୀଙ୍କୁ ପାକିସ୍ତାନୀ ମୁଦ୍ରାର ବ୍ୟବହାର କରି ନିଜର ବାଣିଜ୍ୟିକ ନେଣଦେଣ ବନ୍ଦ କରିବାର ନିର୍ଦ୍ଦେଶ ଦେଇଛି । ବ୍ୟାଙ୍କ ଲୋକଙ୍କୁ ଏକ ସମୟ ସୀମା ଦେଇଛି । ଲୋକଙ୍କୁ ଆଫଗାନୀ ମୁଦ୍ରାର ବ୍ୟବହାର କରି ନିଜର ବାଣିଜ୍ୟିକ ନେଣଦେଣ କରିବାକୁ ଅଢେଇ ମାସର ସମୟ ଦିଆ ଯାଇଛି । ବ୍ୟାଙ୍କ୍ ଲୋକଙ୍କୁ କହିଛି , ସେ ବିଦେଶୀ ମୁଦ୍ରାର ବ୍ୟବହାରକୁ ନିବୃତ୍ତ ରୁହନ୍ତୁ ।
ରିପୋର୍ଟ ଅନୁସାରେ , ତାଲିବାନ ସରକାର କନ୍ଧାର , ଉରୁଜଗନ , ହେଲମନ୍ଦ , ଜାବୁଲ ଓ ଡାୟକୁଣ୍ଡି ପ୍ରାନ୍ତର ନିବାସୀଙ୍କୁ ବିଶେଷ ଭାବେ ଚେତାବନୀ ଦେଇଛି । ତାଙ୍କୁ କେବଳ ରାଷ୍ଟ୍ରୀୟ ମୁଦ୍ରା ମାଧ୍ୟମରେ ବ୍ୟାପାର ନେଣଦେଣ କରିବାକୁ କୁହାଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କର ଘୋଷଣା ଅନୁସାରେ , ଦିଆଯାଇ ଥିବା ତାରିଖ ପରେ , ଅନ୍ୟ ମୁଦ୍ରା ଗୁଡ଼ିକ ସହ ସବୁ ନେଣଦେଣ ବେଆଇନ ମନେକରାଯିବ । ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ । ଏହି ସମୟରେ ପାକିସ୍ତାନ ତୋରଖମ କ୍ରସିଂକୁ ବନ୍ଦ କରିଦେଇଛି । ଏହାକୁ ନେଇ ଆଫଗାନିସ୍ତାନରେ ବିରୋଧ ପ୍ରଦର୍ଶନ ହେଉଛି ଏବଂ ବାରମ୍ୱାର ୫ମ ଦିନରେ ମଧ୍ୟ ସଂଘର୍ଷ ଜାରି ରହିଛି । ପ୍ରଦର୍ଶନକାରୀଙ୍କ ଅନୁସାରେ , ଫଳ ଓ ପରିବା ସିଜନରେ ପାକିସ୍ତାନ ନିୟମିତ ଭାବେ ବାହାନା କରି ତୋରଖମ ସୀମାକୁ ବନ୍ଦ କରି ଦେଉଛି । ରିପୋର୍ଟ ଅନୁସାରେ , ଲୋକମାନେ ଆଫଗାନ ଓ ପାକିସ୍ତାନୀ ଅଧିକାରୀଙ୍କୁ ରାଜନୈତିକ ପ୍ରକ୍ରିୟାରେ ନିଜର ରାଜନୀତିକ ମକଭେଦକୁ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ।
[ad_2]