IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Shastra- ଆପଣଙ୍କ ଭୁଲ ପାଇଁ, ପୋଛା ଲଗେଇଲେ ଘରେ ଦାରିଦ୍ର୍ୟ ଆସିଥାଏ

ଆପଣ ମାନେ ସମସ୍ତେ ବାସ୍ତୁ ଶାସ୍ତ୍ର ବିଷୟରେ ଜାଣିଛନ୍ତି ତେବେ ବାସ୍ତୁ ଅନୁଯାଇ କାମ ନକଲେ ଘର ପରିବାର ସୁଖ ଶାନ୍ତି ପାଇ ନଥାଏ ତାହା ମଧ୍ୟ ଆପଣ ଜାଣିଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ସବୁ ଜିନିଷ ସଠିକ ଓ ବାସ୍ତୁ ଅନୁଯାଇ ରଖିବା ପରେ ମଧ୍ୟ ଆପଣ ଏମିତି କିଛି କାମ କରିଥାନ୍ତି ଯାହା ଫଳ ସ୍ଵରୂପ ଧନ ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ଆସିବା ବଦଳରେ ଆପଣଙ୍କ ଘରେ ଦରିଦ୍ରତା ବାସ କରିଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବୁ ଯାହା ଭୁଲ ଭାବରେ କଲେ ଆପଣଙ୍କୁ ଧନ ପ୍ରାପ୍ତ ହବ ।

ଯଦି ଆପଣ ସକାରାତ୍ମକ ପରିଣାମ ପାଇବା ପାଇଁ ଚାହନ୍ତି ତେବେ ଆପଣଙ୍କୁ ସକାଳେ ପୋଛା ଲଗେଇବା ଉଚିତ ଏହା ଛଡା କେବେ ଭୁଲରେ ମଧ୍ୟ ଦୁଇ ପାହାର ୧୨ଟା ପରେ ପୋଛା ଲଗାନ୍ତୁ ନାହିଁ ଏହା ସଫା କରିବା ପାଇଁ ସଠିକ ସମୟ ହୋଇନଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାଇ କାମ କଲେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ଦରିଦ୍ରତା ଦୂର ହୋଇଥାଏ, ଆପଣଙ୍କ ଜୀବନରେ ସବୁ ପ୍ରକାର ସୁଖ ଆଗମନ ହୋଇଥାଏ ତେବେ ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ ଶାସ୍ତ୍ର ଅନୁଯାଇ ଗୁରୁବାର ଦିନ ଗୁରୁ ନଖେତ୍ର ଅନୁଯାଇ ପୋଛା ଲଗେଇବା ଉଚିତ ନୁହ ସେଥିପାଇଁ ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ପୋଛା ଲଗେଇବାର ସଠିକ ସମୟ ଆମେ ଜାଣିଲୁ ଏବେ ସଠିକ ପାଣି ମଧ୍ୟ ଜାଣିବା ।

ସକାଳେ କିଛି ନିମ୍ବ ପତ୍ର ଆଣି କୌଣସି ବାସନରେ ପାଣି ନେଇ ଫୁଟେଇ ଦିଅନ୍ତୁ ଏହା ପରେ ସେହି ପାଣିରୁ ନିମ୍ବ ପତ୍ର ଛାଣି ଫୋପାଡି ଦିଅନ୍ତୁ ଏହା ପରେ ସେହି ନିମ୍ବ ପାଣି ପୋଛା ପାଣି ସହ ମିଶାଇ ପୁରା ଘର ପୋଛି ଦିଅନ୍ତୁ ସପ୍ତାହରେ ଗୋଟେ ଦିନ ଏମିତି କଲେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ଆସନ୍ତି ଓ ଆପଣଙ୍କ ଘରେ ଆପଣଙ୍କ ପରିବାରକୁ କୌଣସି ପ୍ରକାର ରୋଗ ବୈରାଗ ହୋଇନଥାଏ, ତେବେ ଏହି ଭଳି ଉପାୟ ଦ୍ଵାରା ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କ ଜୀବନରେ ସୁଖ ବର୍ଷା ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button