ଦେଶ

ବାଣଫୁଟା ନେଇ ନିଷେଧାଦେଶ ଜାରି ହୋଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବେ ନାହିଁ ସୁପ୍ରିମକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ : ଚଳିତ ଦୀପାବଳିରେ ଦିଲ୍ଲୀରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ଆପ୍ ସରକାର। ଏହାକୁ ସ୍ୱାଗତ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ସରକାରଙ୍କ ବାଣ ବିକ୍ରୟ ତଥା ବାଣଫୁଟା ଉପରେ ନିଷେଧାଦେଶ ଜାରି କରାଯାଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।ଦିଲ୍ଲୀ ସମେତ କେତେକ ରାଜ୍ୟରେ ବାଣ ବିକ୍ରି କରିବା ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଲୋକଙ୍କ ସ୍ବାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ। ଯେଉଁଠାରେ ସରକାର ବାଣଫୁଟା ନିଷିଦ୍ଧ କରିଛନ୍ତି, ଏହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ନିଷେଧ। ଏହି ମାମଲାରେ କୋର୍ଟ କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ। ଉତ୍ସବ ପାଳନ କରିବାର ଅନ୍ୟ ଉପାୟ ଗ୍ରହଣ କରିବାକୁ କହିଛନ୍ତି କୋର୍ଟ।ଶୀତଦିନେ ପ୍ରଦୂଷଣକୁ ରୋକିବା ପାଇଁ ଏହାର କାର୍ଯ୍ୟ ଯୋଜନାର ଏକ ଅଂଶ ଭାବରେ ଦିଲ୍ଲୀର କେଜ୍ରିୱାଲ ସରକାର ଅଗ୍ନି ନିର୍ବାପକ ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପଟେ ଏନେଇ ବିଜେପି ଏମପି ମନୋଜ ତିୱାରୀ ଦିଲ୍ଲୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶକୁ ସମାଲୋଚନା କରି କହିଛନ୍ତି ସବୁଜ ବାଣ ଫୁଟାଇବା ପାଇଁ କୋର୍ଟଙ୍କ ଅନୁମୋଦନ ସତ୍ତ୍ୱେ ଏହାକୁ ଦିଲ୍ଲୀ ସରକାର ବାରଣ କରିବା ଠିକ ନୁହେଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button