ଦେଶ

ବିଶ୍ୱର ଉଚ୍ଚତମ କୁକୁର ‘ଜିଉସ୍‌’ ଆଉ ନାହିଁ, ମାତ୍ର ୩ ବର୍ଷ ବୟସରେ କ୍ୟାନସରରେ ମୃତ୍ୟୁ; ଶୋକ ପ୍ରକାଶ କଲା ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ – Ibnodisha

[ad_1]

ବ୍ୟୁରୋ : ବିଶ୍ୱର ସବୁଠାରୁ ଉଚ୍ଚତମ କୁକୁର ‘ଜିଉସ୍‌’ର ମୃତ୍ୟୁ ଘଟିଛି। ଏହା ଦୁନିଆର ସବୁଠାରୁ ଉଚ୍ଚତମ କୁକୁର ଭାବେ ‘ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌’ରେ ସ୍ଥାନ ପାଇଥିଲା। ଏବେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ପକ୍ଷରୁ ଜିଉସ୍‌ର ମୃତ୍ୟୁରେ ଏକ ଦୁଃଖପୂର୍ଣ୍ଣ ଟ୍ଵିଟ୍‌ କରାଯାଇଛି। ଜିଉସ୍‌ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ୟୁଜରମାନେ ଗଭୀର ଶୋକ ପ୍ରକାଶ କରୁଛନ୍ତି। ସୂଚନା ରହିଛି, ଜିଉସ୍‌ ବୋନ୍‌ କ୍ୟାନସର ଭଳି ମାରାତ୍ମକ ରୋଗରେ ଜୁଝି ହେଉଥିଲା। ଦୀର୍ଘ ଦିନରୁ ଏହାର ଚିକିତ୍ସା ଚାଲିଥିଲା, ହେଲେ ଜିଉସ୍‌ ଶେଷରେ ଆଖି ବୁଜି ଦେଇଛି। ଏହାର ବୟସ ମାତ୍ର ୩ ବର୍ଷ ଥିଲା। ୨୦୧୨ରେ ୩ ଫୁଟ୍‌ ୫.୧୮ ଇଞ୍ଚର ଉଚ୍ଚତା ସହିତ ଏହା ଦୁନିଆର ସବୁଠାରୁ ଉଚ୍ଚତମ କୁକୁର ଭାବେ ଗିନିଜ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲା।କହି ରଖୁଛୁ ଯେ ଗ୍ରେଟ୍‌ ଡେନ୍‌ ବିଶ୍ୱର ସବୁଠାରୁ ଉଚ୍ଚତମ ବ୍ରିଡ୍‌ସ ମଧ୍ୟରୁ ଅନ୍ୟତମ। କେବଳ ଆଇରିସ୍‌ ଉଲ୍ଫହାଉଣ୍ଡ୍‌ ହିଁ ଏହାର ପାଖାପାଖି ଉଚ୍ଚତା ହୋଇଥାଏ। ପଞ୍ଝାରୁ କାନ୍ଧ ପର୍ଯ୍ୟନ୍ତ ୧୦୯ ସେମି ହୋଇଥିବା ବେଳେ ମୁଣ୍ଡଠୁ ଲାଞ୍ଜ ପର୍ଯ୍ୟନ୍ତ ଲମ୍ବା ଥାଏ ୨୨୦ ସେମି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button