ରାଜ୍ୟ

ହୀରାକୁଦର ୧୪ ଗେଟ୍‌ ଖୋଲା – Ibnodisha

[ad_1]

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ‌ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ବୁଧବାର ୨ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍‌ରେ ପହଞ୍ଚିଛି।

ଜଳଭଣ୍ଡାରକୁ ୨,୧୯,୩୩୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ସମୟରେ ୨,୬୭,୦୬୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେଥିରୁ ସ୍ଲୁଇସ୍ ଗେଟଦେଇ ୨,୨୮,୬୬୨ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୪,୫୦୩ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ୩୫୫୬ କ୍ୟୁସେକ୍ ଓ ମେଗା ଉଠାଜଳସେଚନ ପ୍ରକଳ୍ପ ପାଇଁ ୮୧ କ୍ୟୁସେକ୍ ଓ ଶିଳ୍ପାନୁଷ୍ଠାନ ପାଇଁ ୨୫୭ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଛି। ଉଲ୍ଲେଖ‌ଯୋଗ୍ୟ ଯେ, ହୀରାକୁଦ ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ୍‌ ଛୁଇଁବାକୁ ଏବେ ପ୍ରାୟ ଦେଢ଼ ଫୁଟ୍ ବାକି ରହିଛି। ସେପ୍‌ଟେମ୍ବର ମାସ ଶେଷ ତଥା ଅକ୍ଟୋବର ପହିଲା ସୁଦ୍ଧା ଏହି ସ୍ତର ପର୍ଯ୍ୟନ୍ତ ଜଳ ରଖାଯାଇଥାଏ। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଏବଂ ଜଳପ୍ରବେଶ ହାର ବଢ଼ୁଥିବାରୁ ଆଜି ଅଧିକ ଗେଟ୍ ଖୋଲା ଯାଇଥିଲା। ଆସନ୍ତାକାଲିର ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button