ରାଜ୍ୟ

ଜିଲ୍ଲା ସରପଞ୍ଚ ସଂଘର ଦାବିପତ୍ର ପ୍ରଦାନ – Ibnodisha

[ad_1]

ଖୋର୍ଦ୍ଧା: ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଗୁରୁବାର ପୂର୍ବାହ୍‌ଣରେ ସଂଘ ସମ୍ପାଦକ ତଥା ବାଜପୁର ସରପଞ୍ଚ କେଦାର ପୃଷ୍ଟି, ବ୍ଲକ ସଭାପତି ତଥା ବଙ୍ଗିଦା ସରପଞ୍ଚ ଦିଲିପ କୁମାର ମହାପାତ୍ର, ବରସାହି ସରପଞ୍ଚ ଶରତ ବେହେରା, ବ୍ରଜମୋହନପୁର ସରପଞ୍ଚ ବଦ୍ରିନାରାୟଣ ଭୁଜବଳ, ଟାଙ୍ଗି୍ଆପଡ଼ା ସରପଞ୍ଚ ସ୍ବର୍ଣ୍ଣପ୍ରଭା ସେଠୀ ପ୍ରମୁଖଙ୍କ ସହ ୮ଜଣ ସରପଞ୍ଚଙ୍କ ଏକ ପ୍ରତିନିଧି ଦଳ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ସମ୍ପର୍କରେ ବାଜପୁର ସରପଞ୍ଚ କେଦାର ପୃଷ୍ଟି କହିଛନ୍ତି ଯେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ। ମହିଳାଙ୍କ ଭାଗିଦାରୀକୁ ଅଧିକ ସକ୍ରିୟ କରିଥିଲେ।

ନବୀନ ପଟ୍ଟନାୟକ ମଧ୍ୟ ​କରୋନା ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ବର୍ତମାନ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ଅନୁଦାନ ନିମନ୍ତେ ପ୍ରକଳ୍ପ ଚୟନ ଆଦି ନିଷ୍ପତ୍ତିରେ ସରପଞ୍ଚଙ୍କୁ ଗୁରୁତ୍ବ ଦିଆଯାଉନାହିଁ। ଏହା ସହ ସରପଞ୍ଚଙ୍କୁ ଅବସରକାଳୀନ ଭତ୍ତା, ସ୍ବାସ୍ଥ୍ୟ ବୀମା ପ୍ରଦାନ, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ସ୍ବତନ୍ତ୍ର ପାଣ୍ଠୀର ବ୍ୟବସ୍ଥା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରପଞ୍ଚଙ୍କ ହାତପାଣ୍ଠୀ ୧୦ଲକ୍ଷ ଟଙ୍କା ଓ ୫ଟି ଗୃହ ଆବଣ୍ଟନର କ୍ଷମତା ଦେବା ଆଦି ଦାବି ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button