ଖେଳ

ଏସିଆ କପ୍ ଫାଇନାଲ୍ : ୫୦ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ, ମହମ୍ମଦ ସିରାଜଙ୍କୁ ୬ ୱିକେଟ – Ibnodisha

[ad_1]

କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଶ୍ରୀଲଙ୍କା ୫୦ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି। ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ମାରାତ୍ମକ ବୋଲିଂ ଆଗରେ ଶ୍ରୀଲଙ୍କା ଧରାଶାୟୀ ହୋଇଯାଇଛି। ଏହା ଦିନିକିଆରେ ଶ୍ରୀଲଙ୍କାର ଦ୍ୱିତୀୟ ସର୍ବନିମ୍ନ ସ୍କୋର। ୨୦୧୨ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ ହୋଇଥିଲା। ଆଜି ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ୫୦ ରନ କରି ଅଲଆଉଟ ହୋଇଛି। ଭାରତ ବିପକ୍ଷରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର। କୌଣସି ଫାଇନାଲରେ ମଧ୍ୟ ଏହା ସବୁଠାରୁ କମ ସ୍କୋର।

ଭାରତ ପାଇଁ ସିରାଜ ୭ ଓଭରରେ ୨୧ ରନ ଦେଇ ୬ଟି ୱିକେଟ ନେଇଛନ୍ତି। ଏସିଆ କପରେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ ମଧ୍ୟ ସମାନ ୬ଟି ୱିକେଟ ନେଇଥିଲେ। ଏବେ ସିରାଜ ତାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଶ୍ରୀଲଙ୍କା ଫାଇନାଲରେ କେବଳ ୫୦ ରନ କରିଥିବାରୁ ଭାରତକୁ ୮ମ ଥର ଏସିଆ କପ ଟ୍ରଫି ଜିତିବାକୁ ୫୧ ରନର ଟାର୍ଗେଟ ମିଳିଛି। ସିରାଜଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ସଫଳତା ପାଇଛନ୍ତି। ଶ୍ରୀଲଙ୍କା କେବଳ ୫୦ ଓଭରରୁ ୧୫.୨ ଓଭର ସମ୍ମୁଖୀନ ହେବାକୁ ସକ୍ଷମ ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button