IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପାଣି ପିଇବାର ସଠିକ ଉପାୟ, 21ଦିନ ଏହି ପ୍ରକାରରେ ପାଣି ପିଇଲେ ଶରୀରରେ ଯାହା ହେବ ଆପଣ ଭାବିବି ନଥିବେ, ଜାଣନ୍ତୁ

ସାଧାରଣତଃ ଆମେ ଭାବୁ କି ଆମେ ଯେତେବେଳେ ଚାହିଁବୁ, ଯେତେ ମାତ୍ରାରେ ଚାହିଁବୁ ପାଣି ପିଇ ପାରିବୁ । କିନ୍ତୁ ଏହା ବିଲକୁଲ ଭୁଲ ଅଟେ କାରଣ ପାଣି ଦେଖିବାକୁ ଯେତେ ସାଧାରଣ ଲାଗିଥିଲେ ମଧ୍ୟ ଏହା ଆମ ଶରୀରର ସବୁ ଅଙ୍ଗକୁ ଠିକ ଭାବରେ କାମ କରିବା ପାଇଁ ଓ ଶରୀରରେ ତିଆରି ହେଉଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ପେଟ ଠାରୁ ତ୍ଵଚ୍ଚା ପର୍ଯ୍ୟନ୍ତ ଓ ଓଜନ ବଢାଇବା ଠୁ ଓଜନ କମାଇବା ପର୍ଯ୍ୟନ୍ତ ପାଣିର ଭୂମିକା ଅଧିକ ଥାଏ । ଏଥିପାଇଁ ପାଣିର ଠିକ ମାତ୍ରା ଓ ଏହାକୁ ପିଇବାର ଠିକ ସମୟ ଓ ପାଣିକୁ କେଉଁ ପ୍ରକାରରେ ପିଇଲେ କଣ କଣ ଲାଭ ହୋଇଥାଏ ଓ କଣ କଣ କ୍ଷତି ହୋଇଥାଏ ।

Image courtesy: Google

ଏହି ବିଷୟରେ ଯଦି ଆପଣଙ୍କୁ ଜଣା ନଥାଏ ତେବେ ବ୍ୟକ୍ତି ଯେତେ ଭଲ ଜିନିଷ ଖାଇଲେ ମଧ୍ୟ ତାର ଠିକ ଫାଇଦା ଶରୀରକୁ ମିଳିନଥାଏ ଓ ଯାହା କାରଣରୁ ଭବିଷ୍ୟତରେ ବହୁତ ହେଲ୍ଥ ପ୍ରୋବ୍ଲେମ ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ପାଣି ଆମ ପାଇଁ ଜରୁରୀ କାହିଁକି ଅଟେ, ପାଣି ପିଇବାର ଠିକ ସମୟ ଓ ଠିକ ଉପାୟ ଓ ଏହା ଦ୍ଵାରା ମିଳୁଥିବା ଫାଇଦା ବିଷୟରେ ।

Image courtesy: Google

ଆମ ଶରୀରରେ 60-70% ପାଣି ଥାଏ । ଆମେ ପିଉଥିବା ପାଣି ଆମ ଶରୀରର ସବୁ ଆଭ୍ୟନ୍ତରୀଣ ଅଙ୍ଗ ଯେମିତି କିଡନୀ, ଲିଭର, ଫୁସଫୁସ, ପାଚନ ତନ୍ତ୍ର ଓ ଶରୀରର ପ୍ରାୟତଃ ସବୁ ଅଙ୍ଗକୁ ଠିକ ଭାବରେ କାମ କରିବାରେ ଓ ଶରୀରର କୋଶିକାଗୁଡିକୁ ଜୀବିତ ରଖିବାରେ ବ୍ୟବହୃତ ହୋଇଥାଏ ।

Image courtesy: Google

ଶରୀରରେ ପାଣିର ଅଭାବ ହେଲେ ପରିସ୍ରା ର ରଙ୍ଗ ହଳଦିଆ ହୋଇଯାଇଥାଏ । ପାଚନ ଶକ୍ତି କମଜୋର ହୋଇଥାଏ, ତ୍ଵଚ୍ଚା ଶୁଷ୍କ ହୋଇଯାଇଥାଏ । ଏଥିପାଇଁ ପ୍ରତିଦିନ ପାଣିକୁ ଏକ ନିୟମିତ ମାତ୍ରାରେ ପିଇବା ବହୁତ ଜରୁରୀ ହୋଇଥାଏ । ପାଣିରେ 0% କ୍ୟାଲୋରି ଥିଲେ ମଧ୍ୟ ଏହା ଆମ ଶରୀରକୁ ହାଇଡ୍ରେଟ କରି ଶରୀରରୁ ସବୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ସ୍କିନ ସଫା ରଖିଥାଏ, ସ୍ମରଣ ଶକ୍ତି, ପାଚନ କ୍ରିୟା, ଆଖି, ହାଡ ଓ ହାରାହାରି ସବୁ ଅଙ୍ଗକୁ ଠିକ ଭାବରେ କାମ କରିବା ରେ ପାଣି ବହୁତ ସାହାର୍ଯ୍ୟ କରିଥାଏ ।

ଗୋଟିଏ ବ୍ୟକ୍ତି ଗୋଟିଏ ଦିନରେ କେତେ ପାଣି ପିଇବା ଆବଶ୍ୟକ ଏହା ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ, ସେ ଯେଉଁଠି ରହେ ସେଠାକାର ପାଗ, ତାର ଓଜନ ଓ ତାର ଫିଜିକାଲ ଆକ୍ଟିଭିଟି ଉପରେ ନିର୍ଭର କରିଥାଏ କିନ୍ତୁ ଏକ ସାଧାରଣ ବ୍ୟକ୍ତି କୁ ଗୋଟିଏ ଦିନରେ 2.5-3 ଲିଟର ବା 8-12 ଗ୍ଳାସ ପାଣି ନିଶ୍ଚୟ ପିଇବା ଆବଶ୍ୟକ ଓ ଗରମ ଦିନରେ ଅଧିକ ଝାଳ ବୋହିବା କାରଣରୁ ପାଣିର ମାତ୍ରା ବଢାଇବା ଆବଶ୍ୟକ । ଅତ୍ୟଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ଆମ କିଡନୀ ର କାମ ବଢିଯାଇଥାଏ ଓ ରକ୍ତରେ ସୋଡିୟମ ଲେଭଲ କମ ହେବାର ଚାନ୍ସ ଅଧିକ ଥାଏ ।

କିଛି ଲୋକଙ୍କୁ ଲାଗେ ପାଣିକୁ ଯେତେବେଳେ ଯେମିତି ବି ଆମେ ପିଇ ପାରିବା କିନ୍ତୁ ଏହା ଭୁଲ ଅଟେ । ପାଣି ସବୁବେଳେ ବସିକି ଧୀରେ ଧୀରେ ପିଇବା ଆବଶ୍ୟକ ଯେମିତି କି ପାଣିକୁ 4-5 ସେକେଣ୍ଡ ପାଟିରେ ରଖି କୁଳକୁଳ କରି ପିଇବା ଆବଶ୍ୟକ ଏମିତି କରିବା ଦ୍ଵାରା ଆମ ପାଟିରେ ଥିବା ଲାଳ ବା ଆଲ୍କାହୀନ ପେଟକୁ ଯାଇ ଏସିଡ କମ କରିଥାଏ ଯାହା ଦ୍ଵାରା ପାଚନ ଶକ୍ତିକୁ ସାହାର୍ଯ୍ୟ ମିଳିଥାଏ । ଠିଆ ହୋଇ ଜଲ୍ଦି ଜଲ୍ଦି ପାଣି ପିଇବା ଦ୍ଵାରା ଆମ କିଡନୀ ତାକୁ ଠିକ ଭାବେ ଫିଲ୍ଟର କରିପାରେ ନାହିଁ ।

ଖାଦ୍ୟ ଖାଇବା ପୂର୍ବରୁ ବା ପରେ ଗ୍ଳାସ ଭରି ପାଣି ପିଇବା ବିଲକୁଲ ଠିକ ନୁହେଁ । ଏମିତି କରିବା ଦ୍ଵାରା ଏହା ଆମେ ଖାଇଥିବା ଖାଦ୍ୟକୁ ବହୁତ ପତଳା କରିଦେଇଥାଏ ଓ ପାଚକ ରସ ଠିକ ମାତ୍ରାରେ ବାହାରେ ନାହିଁ ଯାହା ପାଇଁ ପାଚନ କ୍ରିୟା କମଜୋର ହୋଇଥାଏ। ଏଥିପାଇଁ ପାଣି ସବୁବେଳେ ଖାଦ୍ୟ ଖାଇବାର 45ମିନିଟ-1 ଘଣ୍ଟା ପରେ ପିଇବା ଆବଶ୍ୟକ ।

ସକାଳେ ଖାଲି ପେଟରେ ପାଣି ପିଇବା ଦ୍ଵାରା ରାତିରେ ଆମ ପେଟରେ ଜମିଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଏଥିପାଇଁ 1-2 ଗ୍ଳାସ ପାଣି ଖାଲି ପେଟରେ, 1-1 ଗ୍ଳାସ କରି ପାଣି ଖାଦ୍ୟ ଖାଇବାର 45 ମିନିଟ ରୁ 1 ଘଣ୍ଟା ପରେ ବା ପୂର୍ବରୁ ପିଇବା ଆବଶ୍ୟକ । ରାତିରେ ପାଣି କମ ମାତ୍ରାରେ ପିଇବା ଆବଶ୍ୟକ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button