IBN ଓଡ଼ିଶା ବ୍ୟୁରୋ
କଣ ହେଉଛି ବନ୍ଧୁତାର ଅସଲ ପରିଭାଷା, ମଣିଷକୁ କହିଲେ କୁକୁର ଓ କାଉ, ଦେଖନ୍ତୁ ଏହି ଭିଡିଓ

ଆଜି ପର୍ଯ୍ୟନ୍ତ ଆପଣମାନେ କେବଳ ଦୁଇ ଜଣ ମଣିଷଙ୍କ ମଧ୍ୟରେ ବନ୍ଧୁତା ଦେଖିଥିବେ । ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଫିଲ୍ମ ଅଛି ଯାହା ବନ୍ଧୁତା ଉପରେ ତିଆରି କରାଯାଇଛି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏକ ଅଦ୍ଭୁତ ବନ୍ଧୁତା ବିଷୟରେ କହିବାକୁ ଯାଉଛୁ, ଯାହା ଉପରେ ବୋଧେ କାହାକୁ ବିଶ୍ଵାସ ହୋଇପାରେ, କିନ୍ତୁ ଏମାନଙ୍କର ବନ୍ଧୁତା ସୋସିଆଲ ମିଡିଆରେ ହିଟ ହୋଇ ଯାଇଛି ।
କହିବାକୁ ଗଲେ ସୋସିଆଲ ମିଡିଆରେ ବର୍ତ୍ତମାନ ଦିନରେ ଗୋଟିଏ କୁକୁର ଓ କାଉର ବନ୍ଧୁତାର ଚର୍ଚ୍ଚା ହେଉଛି । ଦୁଇ ଜଣ ଏକା ସହିତ ବୁଲନ୍ତି, ଖେଳନ୍ତି ଓ ପରସ୍ପରକୁ ବହୁତ ଭଲ ମଧ୍ୟ ପାଆନ୍ତି ।

ହୈରଲ୍ଟ ସିନଟ ଏହି ଦୁଇ ଜଣଙ୍କର ବନ୍ଧୁତାର ଏକ ଭିଡିଓ ଟ୍ୱିଟରରେ ଶେୟାର କରିଛନ୍ତି । ସେ ଏହି ଭିଡିଓକୁ ୨୩ ସେପ୍ଟେମ୍ବରରେ ଶେୟାର କରିଥିଲେ । ଭିଡିଓକୁ ୨୬ ଲକ୍ଷରୁ ବି ଅଧିକ ଲୋକମାନେ ଦେଖିସାରିଛନ୍ତି ଓ ସମସ୍ତେ ତାଙ୍କର ବନ୍ଧୁତାର ପ୍ରଶଂସା କରୁଛନ୍ତି ।



