ଦେଶ

ଆସୁଛି ସୌରଝଡ଼, ବିପଦରେ ପଡ଼ିବ କି ଭାରତର ଆଦିତ୍ୟ ଏଲ-୧ ମିସନ ? – Ibnodisha

[ad_1]

ନୂଆଦିଲ୍ଲୀ: ସୂର୍ଯ୍ୟର ଅଧ୍ୟୟନ ପାଇଁ ଇସ୍ରୋ ଦ୍ୱାରା ପଠାଯାଇଥିବା ଭାରତର ଆଦିତ୍ୟ ଏଲ-୧ ମିସନ ଉପରେ ସଂକଟ ମାଡ଼ିଆସୁଛି । ଆମେରିକୀୟ ମହାକାଶ ସଂସ୍ଥା ନାସାର ସୌର ମିସନ ‘ପାର୍କର ସୋଲାର ପ୍ରୋବ୍’ ସୌରଝଡ଼ର ସମ୍ମୁଖୀନ ହେବା ପରେ ଆଦିତ୍ୟ ମିସନକୁ ନେଇ ଇସ୍ରୋ ଚିନ୍ତାରେ ପଡ଼ିଯାଇଛି ।

ନାସା ୨୦୧୮ରେ ପାର୍କର ସୋଲାର ପ୍ରୋବ୍ ଲଞ୍ଚ କରିଥିଲା । ୨୦୨୨ରେ ଏହା ସୌର ଝଡ଼ର ସମ୍ମୁଖୀନ ହୋଇଥିଲା, କିନ୍ତୁ ଏହା ଅଳ୍ପକେ ସୌରଝଡ଼କୁ ଏଡ଼ାଇବାରେ ସଫଳ ହୋଇଥିଲା ।  ଏବେ ପୁଣି ସୌରଝଡ଼ର ଆଶଙ୍କା ଥିବାରୁ ଇସ୍ରୋର ଆଦିତ୍ୟ-ଏଲ୍ ୧ ମିଶନ ମଧ୍ୟ ବିପଦରେ ପଡ଼ିପାରେ କି?

ନାସା କହିଛି ଯେ ବର୍ତ୍ତମାନ ସମୟରେ ସୌର ଗତିବିଧି ଯଥେଷ୍ଟ ବୃଦ୍ଧି ପାଇଛି । ଏହା ପୃଥିବୀକୁ ପ୍ରଭାବିତ କରୁଛି । କେବଳ ପୃଥିବୀ ନୁହେଁ, ଏହା ଅନ୍ୟ ଗ୍ରହମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି।

ପ୍ରଥମ ଥର ପାଇଁ ନାସାର ଏକ ମହାକାଶଯାନ ଏତେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଥିଲା ଏବଂ ଏହି ଘଟଣାରୁ ସୁରକ୍ଷିତ ଭାବେ ବାହାରିବାରେ ସଫଳ ହୋଇଥିଲା । ଏହି ପୂରା ପ୍ରକ୍ରିୟା ରେ ଏହା ବାଟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସଂଗ୍ରହ କରିଥିଲା । ଅତୀତରେ ଏଭଳି ସୌର ଝଡ଼ ଉପଗ୍ରହ ଓ ମହାକାଶଯାନକୁ ପ୍ରଭାବିତ କରିଛି। ଏଭଳି ସ୍ଥିତିରେ ଭବିଷ୍ୟତରେ ଭାରତର ସୌର ମିଶନ ଆଦିତ୍ୟ ଏଲ-୧ ର ସମ୍ଭାବନା ମଧ୍ୟ ଖରାପ ଭାବେ ପ୍ରଭାବିତ ହୋଇପାରେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button