Uncategorized

ଆଜି ରାଜ୍ୟରେ ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ, ୯ ହଜାର ଟପିଲା ସୁସ୍ଥ ସଂଖ୍ୟା

IBN ଓଡିଶା(ବ୍ୟୁରୋ)-ଭୁବନେଶ୍ୱର: ରାଜ୍ୟରେ ଆକ୍ରାନ୍ତ ସଂଖ୍ୟେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ଆଜି ରାଜ୍ୟରେ ଆଉ  ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୯୨୫୫କୁ ବୃଦ୍ଧି ପାଇଛି ।ସୁସ୍ଥ ହୋଇଥିବା ୫୦୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୪୮, ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ୮, ନୟାଗଡ଼ରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୬, ଢ଼େଙ୍କାନାଳରୁ ୬, ଅନୁଗୁଳରୁ ୫, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୪, କୋରାପୁଟରୁ ୪, ବରଗଡ଼ରୁ ୩, କେନ୍ଦୁଝରରୁ ୨,ଝାରସୁଗୁଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ ଆଜି ରାଜ୍ୟରେ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧୫ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବା ବେଳେ ୨୦୧ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।

Related Articles

Leave a Reply

Your email address will not be published. Required fields are marked *

Back to top button