କଣ ଆପଣ ବି ଶୀଘ୍ର ଥକି ପଡୁଛନ୍ତି କି ? ଅଳ୍ପ କିଛି କାମ କଲେ ହାଲିଆ ହେଇ ଯାଉଛନ୍ତି କି ? ଆପଣଙ୍କୁ ବହୁ ସମୟରେ ଭୋକ ମଧ୍ୟ ଲାଗୁନାହିଁ ଓ କମ ସମୟ ଭିତରେ ହାଲିଆ ଲଗୁଛି | କଣ ଏହା ପଛର ପ୍ରକୃତ କାରଣ କଣ ଆପଣ ଜାଣିଛନ୍ତି ? ଏହା ପଛର ପ୍ରକୃତ କାରଣ ହେଉଛି ଆପଣଙ୍କ ଶରୀରର ଷ୍ଟାମିନା କମିବା । ଏହି ଷ୍ଟାମିନାର ପରିମାଣ ଶରୀରରେ କମ ହେଲେ ବ୍ୟକ୍ତିଙ୍କୁ ଶୀଘ୍ର ଥକ୍କା ଲାଗିଥାଏ । କିନ୍ତୁ ହୁଏତ ଏହି ଷ୍ଟାମିନା ମାନେ କଣ ଆପଣ ଜାଣି ନ ଥିବେ । ଏହା ହେଉଛି ଆପଣଙ୍କ ଶରୀରର ଅନ୍ତରୀଣ ଶକ୍ତି । ଯାହାକି ମନୁଷ୍ୟକୁ ବିଭିନ୍ନ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ । ଏହାର ଅଭାବ ହେଲେ ମଣିଷ ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇପଡେ । ବହୁ ଲୋକ ଷ୍ଟାମିନା ମାନେ କେବଳ ଶାରୀରିକ ଶକ୍ତି ବୋଲି ଭାବୁଥିବା ବେଳେ ମାନସିକ ଶକ୍ତି ବୃଦ୍ଧିରେ ମଧ୍ୟ ଏହାର ଆବଶ୍ୟକତା ପଡିଥାଏ । ବିଭିନ୍ନ ପୋଷାକ ତତ୍ତ୍ୱ ଭରା ଖାଦ୍ୟ ଖାଇଲେ ମଣିଷ ଶରୀରର ଷ୍ଟାମିନା ବୃଦ୍ଧି ହୋଇପାରିଥାଏ । ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ଶରୀରର ଷ୍ଟାମିନା କମ ଅଛି ବୋଲି: -ଶିଢ଼ି ଚଢିବା ସମୟରେ ହାଲିଆ ଲାଗିବା -ଅଳ୍ପ କିଛି ବାଟ ଚାଲିକି ଗଲେ ହାଲିଆ ଲାଗିବା -ଅଧିକ ସମୟ ଧରି କୌଣସି କାମ ଲଗାତାର କରି ନ ପାରିବା -ଶରୀରରୁ ଅଧିକ ଝାଳ ବୋହିବା -ଭୋକ ନ ଲାଗିବା ଓ ଶୀଘ୍ର ନିଦ ଆସିବା -ସମୟ ସମୟରେ ମୁଣ୍ଡ ବୁଲାଇବା -ହାତ ପାଦରେ ଦରଜ ଅନୁଭବ କରିବା -ତେବେ ଆସନ୍ତୁ ଜାଣିବା କେଉଁ କେଉଁ ବିଶେଷ କାରଣ ଯୋଗୁଁ ଶରୀରରେ ଏପରି ଲକ୍ଷଣ ମାନ ଦେଖାଯାଇଥାଏ । stamina ଏହା ସହ ପଢନ୍ତୁ: ଘରକୁ ଦୁର୍ଭାଗ୍ୟ ଆଣିଦିଏ ଏହିସବୁ ଛୋଟ କଥା, କେବେ ବି କରନ୍ତୁ ନାହିଁ ଅଣଦେଖା ୧. କମ ଶୋଇବା: ଦିନ କୁ ଯେଉଁ ବ୍ୟକ୍ତି ଅତି କମରେ ୭ ରୁ ୮ ଘଣ୍ଟା ସୋଇନଥାନ୍ତି । ସେମାନଙ୍କ ଶରୀରର ଷ୍ଟାମିନା ସମୟ କ୍ରମେ କମିଯାଇଥାଏ । ୨. କମ ପାଣି ପିଇବା: ଗୋଟେ ଦିନରେ ଆବଶ୍ୟକ ମୁତାବକ ପାଣି ନ ପିଇଲେ ମଧ୍ୟ ଶରୀରର ଷ୍ଟାମିନା କମିଯାଇଥାଏ । କାରଣ ଆମେ ଖାଉଥିବା ଖାଦ୍ୟ ଭଲରେ ହଜମ ହୋଇପାରିନ ଥାଏ । ୩.କାର୍ବୋହାଇଡ୍ରେଟ କମିବା: କାର୍ବୋହାଇଡ୍ରେଟ ମଧ୍ୟ ଶରୀର ଷ୍ଟାମିନା ବୃଦ୍ଧିରେ ବିଶେଷ ଭୂମିକା ନିଭେଇ ଥାଏ । ତେଣୁ ନିଜ ଖାଦ୍ୟ ପ୍ରତି ସବୁବେଳେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । ୪.ଶରୀରରେ ଯଦି ଆଇରନ, ପ୍ରୋଟିନ ପରି ଜରୁରୀ ତତ୍ତ୍ୱ ଗୁଡିକ ମଧ୍ୟ ଶରୀର ଷ୍ଟାମିନା ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ ।

ଆମ୍ଭେମାନେ ଘର ସଜାଇବା ପାଇଁ ବେଳେ ବେଳେ କାନ୍ଥରେ ଫଟୋ ଲଗାଇଥାଉ। ଯାହା ଘରକୁ ଆକର୍ଷଣୀୟ ଲୁକ୍ ଦେଇଥାଏ। ଅନେକ ଫଟୋ ଏପରି ରହିଥାଏ ଯେ ଯାହା ନିଜ ଆଡକୁ ଆକର୍ଷିତ କରିଥାଏ। କିନ୍ତୁ ଏପରି ଫଟୋ ଘରେ ଲଗାଇବା ପୂର୍ବରୁ ଜାଣିଦିଅନ୍ତି, କ’ଣ ରହିଛି ଏହାର ବାସ୍ତୁ ଦୋଷ। ଏହା ଆପଣଙ୍କ ଉପରେ ସକାରାତ୍ମକ କିମ୍ବା ନକାରାତ୍ମକ ପ୍ରଭାବ ପକାଉଛି କି ନାହିଁ, ତାହା ଜାଣିନେବା ଉଚିତ। ଏପରି କେତେକ ଫଟୋ ରହିଛି, ଯାହା ଆପଣଙ୍କ ଜୀବନରେ ନକାରାତ୍ମକା ଭରିଦେଇଥାଏ। ସବୁବେଳେ ଏହି ଫଟୋରୁ ଦୂରେଇ ରୁହନ୍ତୁ। କେବେ ବି ଘରେ ଏପରି ଫଟୋ ଲଗାନ୍ତୁ ନାହିଁ।

– ମହାଭାରତ ଯୁଦ୍ଧକୁ ନେଇ ଥିବା ଫଟୋଚିତ୍ର ବଜାରରେ ସହଜରେ ମିଳିଯାଏ। କିନ୍ତୁ କେବେ ବି ଏହି ଫଟୋକୁ ଘରେ ଲଗାନ୍ତୁ ନାହିଁ। ଏହି ଫଟୋ ଯୋଗୁଁ ବ୍ୟକ୍ତିର ଚିନ୍ତାଧାରା ଆକ୍ରାମକ ହୋଇଯାଏ। ସ୍ୱଭାବରେ କ୍ରୋଧ ବଢାଇଥାଏ ଏହି ଫଟୋ।
– ଆପଣ ଏପରି କେତେକ ଫଟୋ ଦେଖିଥବେ, ଯେଉଁଥିରେ ପାଣିର ଫୁଆରା ଉଠୁଥିବା ଦେଖିବାକୁ ମିଳିଥାଏ। ଏହାକୁ ଘରେ ଲଗାଇବା ଦ୍ୱାରା ପାଣି ବୋହିବା ଭଳି ଘରକୁ ଆସୁଥିବା ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଯାଏ। ତେଣୁ ସବୁବେଳେ ଏଭଳି ଫଟୋରୁ ଦୂରେଇ ରୁହନ୍ତୁ।

– ବୁଡିଯାଉଥିବା ଜାହାଜର ଫଟୋ କେବେ ବି ଘରେ ଲଗାନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି ଫଟୋ ଘରେ ଲଗାଇବା ଦ୍ୱାରା ପ୍ରତ୍ୟେକ ଦିନ ଏହି ଫଟୋକୁ ଦେଖିଲେ ବ୍ୟକ୍ତିଙ୍କ ଚିନ୍ତାଧାରା ଉପରେ ପ୍ରଭାବ ପଡିଥାଏ। ଏହି ଫଟୋ ଭାଗ୍ୟ ସମ୍ବନ୍ଧୀୟପ୍ରଭାବ ପଡିଥାଏ।




