ରାଜ୍ୟ

ଘରକୁ ଦୁର୍ଭାଗ୍ୟ ଆଣିଦିଏ ଏହିସବୁ ଛୋଟ କଥା, କେବେ ବି କରନ୍ତୁ ନାହିଁ ଅଣଦେଖା

ମଣିଷ ଜୀବନରେ କେତେବେଳେ କେଉଁ ଅସୁବିଧା ଆସିଯାଏ ତାହା କେହି ବି କହିପାରିବେ ନାହିଁ। କିନ୍ତୁ କେବେ କେବେ ଆପଣ ନିଜ ଅସୁବିଧାର କାରଣ ପାଲଟିଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କେତେକ ଭୁଲ ରହିଥାଏ, ଯାହା ଆପଣଙ୍କ ଜୀବନରେ ଦୁର୍ଭାଗ୍ୟର କାରଣ ପାଲଟିଥାଏ। ଆସନ୍ତୁ ଜାଣିନେବା କ’ଣ ସେହି ଭୁଲ, ଯାହା ଆପଣଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

jhadu

ଝାଡୁକୁ ଆଖି ଆଗରେ ରଖିବା :

ଶାସ୍ତ୍ର ଅନୁସାରେ ଜୀବନରେ ସକରାତ୍ମକ ପ୍ରଭାବ ପକାଇବା ପାଇଁ ଝାଡୁକୁ ସବୁବେଳେ ଲୁଚାଇ ରଖନ୍ତୁ। କେବଳ ଘର ଲୋକ ନୁହେଁ ବରଂ ଘରକୁ ଆସୁଥିବା ଅତିଥିଙ୍କ ନଜର ଝାଡୁ ଉପରେ ପଡିବା ମଧ୍ୟ ଅଶୁଭ ହୋଇଥାଏ। ଏହାସହିତ ସୂର୍ଯ୍ୟାସ୍ତ ପରେ ଝାଡୁର ବ୍ରବହାର କରିବା ମଧ୍ୟ ଅଶୁଭ ହୋଇଥାଏ।

home sandel

ଜୋତା କିମ୍ବା ଚପଲକୁ ଘରକୁ ନେବା :

ଯେଉଁ ଲୋକ ଘରକୁ ଜୋତା କିମ୍ବା ଚପଲ ପିନ୍ଧି ଯିବା ଆସିବା କରନ୍ତି, ସେମାନେ ନିଜ ବାସ୍ତୁଦୋଷ ପାଇଁ ନିଜେ ଦାୟୀ ହୋଇଥାନ୍ତି। ନିଜ ଜୀବନରୁ ନକାରାତ୍ମକତା ଦୂରେଇ ରଖିବା ପାଇଁ ସବୁବେଳେ ଚପଲ କିମ୍ବା ଜୋତାକୁ ଘର ବାହାରି ହିଁ ରଖନ୍ତୁ।

ପ୍ରଥମ ରୁଟି ନିଜେ ଖାଇବା :

ଶାସ୍ତ୍ର ଅନୁସାରେ ଘରେ ରନ୍ଧା ହେଉଥିବା ପ୍ରଥମ ରୁଟିକୁ ଗାଈକୁ ଦେବା ଉଚିତ। ହିନ୍ଦୁଧର୍ମ ଅନୁସାରେ ଗାଈ ଠାରେ ସମସ୍ତ ଦେବଦେବୀ ବାସ କରନ୍ତି। ଆପଣଙ୍କର ଗୋଟେ ରୁଟି ଯୋଗୁଁ ସମସ୍ତ ଦେବାଦେବୀ ଖୁସି ହୋଇପାରନ୍ତି। ଏଥିପାଇଁ ଆପଣଙ୍କ କାମ ବହୁତ ସହଜ ହେବା ସହିତ ଶୁଭ ଫଳ ମଧ୍ୟ ମିଳିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button