ରାଜ୍ୟ

ଆଜି ମହାଶିବରାତ୍ରୀରେ ଏହି ୪ଟି ରାଶି ଉପରେ ରହିଛି ମହାଦେବଙ୍କ ବିଶେଷ କୃପା

ଭଗବାନ ଶିବଙ୍କ ପୂଜା ପାଇଁ ତ ପ୍ରତ୍ୟେକ ମାସରେ ଚତୁର୍ଦ୍ଦଶୀ ପଡିଥାଏ କିନ୍ତୁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଭଗବାନ ଶିଙ୍କରଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ମହାଶିବରାତ୍ରୀରେ ଶୈବ ଭକ୍ତ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତ ବିଧି-ବିଧାନର ସହ ପୂଜା କରିଥାନ୍ତି। ଏହିଦିନ ଭଗବାନ ଶଙ୍କରଙ୍କ ସହ ମାତା ପାର୍ବତୀଙ୍କର ମଧ୍ୟ ପୂଜା କରାଯାଇଥାଏ। ଏହି ଦିନ ଭକ୍ତମାନେ ଗଙ୍ଗାଜଳ, କ୍ଷୀର, ମହୁ ଏବଂ ଆକୁ ରସରେ ମହାଦେବଙ୍କୁ ରୁଦ୍ରାଭିଷେକ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆଜିର ଏହି ପବିତ୍ର ମହାଶିବରାତ୍ରୀରେ କିଛି ରାଶି ପାଇଁ ଖୁବ୍‌ ଭଲ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି . . .

lord sibବୃଷ: ଜ୍ୟୋତିଷ କହିବାନୁଯାୟୀ ବୃଷ ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଖୁବ୍‌ ଭଲ ରହିଛି। ବ୍ୟବସାୟରେ ଲାଭ ଉନ୍ନତି ହେବା ସହ ଆୟ କରିବାର ରାସ୍ତା ଖୋଲିବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ମନରେ ଥିବା ଇଛା ପୂରଣ ହେବ। ଶିକ୍ଷା କ୍ଷେତ୍ରରେ ଭଲ ଫଳ ପ୍ରାପ୍ତି ହେବ। ଆଗରୁ ଥିବା ରୋଗ ମଧ୍ୟ ଭଲ ହୋଇଯିବ।

sibମିଥୁନ: ଏହି ରାଶିର ଜାତକଙ୍କ ପାଇଁ ଆଜିର ଦିନରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ଆଜିର ଦିନରେ ବ୍ୟବସାୟ ଆରମ୍ଭ କରିବାକୁ ନେଇ ମନରେ ଭଲ ଉପାୟ ଆସିବ। ଚାକିରୀଆ ଲୋକଙ୍କ ପାଇଁ ମଧ୍ୟ ଆଜିର ଦିନଟି ଖବ୍‌ ଭଲ ରହିଛି। ଆଜି ଶାସ ଯୋଗ ରହିଥିବାରୁ ହଠାତ୍‌ ଆପଣଙ୍କୁ ଧନ ଲାଭ ହୋଇପାରେ।

mahadevତୁଳା: ଏହି ରାଶିର ଲେକମାନଙ୍କ ପାଇଁ ମଧ୍ୟ ମହାଶିବରାତ୍ରୀ ଖୁବ୍‌ ଭଲ ରହିଛି। ତୁଳା ରାଶିର ଲେକମାନେ ବ୍ୟବସାୟରେ ବୃଦ୍ଧି କରିପାରିବେ। ଯଦି ବ୍ୟବସାୟରେ କୌଣସି ବାଧା ଦେଖାଯାଏ ତେବେ ତାହା ଦୂର ହୋଇଯିବ। ଏଥିସହ ଯେଉଁ ଲୋକମାନେ ରୋଜଗାର କରିବାର ଉପାୟକୁ ନେଇ ସନ୍ଧାନ ଜାରି ରଖିଛନ୍ତି ସେମାନଙ୍କ ମନସ୍କାମନା ପୂରଣ ହେବ। ପ୍ରେମ ବିବାହାର ସମ୍ଭାବନା ରହିଛି।

shiv-rashifalଧନୁ: ଚଳିତ ବର୍ଷ ଶିବରାତ୍ରୀ ଅର୍ଥାତ ଆଜିର ଦିନ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଖୁବ୍‌ ଭଲ ରହିଛି। ଏହି ରାଶିର ବ୍ୟକ୍ତିମାନେ କିଛି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ସେହିଭଳି ଏହି ରାଶିର ଅବିବାହିତ ଝିଅ ମାନଙ୍କୁ ମଧ୍ୟ ଯୋଗ୍ୟ ବରପାତ୍ର ମିଳିବାର ସୌଭାଗ୍ୟ ରହିଛି। ଭବିଷ୍ୟତରେ ସଫଳତା ପାଇବେ। ଆଇନ କ୍ଷେତ୍ରରେ ଆପଣଙ୍କର ବିଜୟ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button