IBN ଓଡ଼ିଶା ବ୍ୟୁରୋ

ବେଡ୍‌ସିଟରୁ ଲିପ୍‌ଷ୍ଟିକ ଓ ଖଇର ଦାଗ ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଟ୍ରିକ୍‌, ଜାଣନ୍ତୁ ଆହୁରି ୫ଟି ଘରୋଇ ଉପାୟ

ପ୍ରାୟତଃ ଘରର ବେଡ୍‌ସିଟରେ ଅସାବଧାନତା ବଶତଃ ବିଭିନ୍ନ ପ୍ରକାରର ଦାଗ ଲାଗିଯାଇଥାଏ, ଯାହାକି ସହଜରେ ଛାଡ଼ି ନ ଥାଏ। ଏହି ସବୁ ଦାଗ ଛଡ଼ାଇବା ପାଇଁ ଆମେ ଭୁଲ୍‌ ପାଉଡର ବ୍ୟବହାର କରିନେଇଥାଉ, ଯାହାଫଳରେ ବେଡ୍‌ସିଟ ଖୁବ୍‌ କମ୍‌ ଦିନରେ ଫାଟିଯିବା ସହ ରଙ୍ଗ ମଧ୍ୟ ଛାଡ଼ିଯାଇଥାଏ। ଏହାକୁ ପଲଙ୍କ କିମ୍ବା ବେଡ୍‌ରେ ବିଛାଇଲେ, ତାହା ପୁରୁଣା ଏବଂ ମଇଳା ଦେଖାଯାଇଥାଏ। ଆପଣ ବେଡ୍‌ସିଟରୁ ଦାଗ ହଟାଇବା ପାଇଁ କିଛି ଘରୋଇ ଉପାୟ ମଧ୍ୟ ଆପଣାଇ ପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ।

b33

୧. ବେଡ୍‌ସିଟରୁ ଆଇସ୍‌କ୍ରିମ ଦାଗ ହଟାଇବା ପାଇଁ ଆମୋନିଆ ବ୍ୟବହାର କରିପାରିବେ।

୨. ଯଦି ବେଡ୍‌ସିଟରେ ପାନ/ଖଇର ଦାଗ ଲାଗିଯାଇଥାଏ, ତା’ହେଲେ ସେହି ସ୍ଥାନରେ ଖଟା ଦହି ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏହାପରେ ସଫା ପାଣିରେ ଏହାକୁ ଧୋଇ ନିଅନ୍ତୁ।

୩. ପିରିୟଡ୍‌ ସମୟରେ ଯଦି ରକ୍ତ ଦାଗ ବେଡ୍‌ସିଟରେ ଲାଗିଯାଏ, ତେବେ କିଛି ଲୁଣ ନେଇ ସେହି ସ୍ଥାନରେ ରଗଡ଼ି ଦିଅନ୍ତୁ। ଦାଗ ଫିକା ପଡ଼ିଯିବ।

b4

୪. ପେଣ୍ଟ୍‌ କିମ୍ବା ଗ୍ରୀସ୍‌ ଦାଗ ଲାଗିଗଲେ, କିରୋସିନି ତେଲରେ ସହଜରେ ହଟାଇ ପାରିବେ।

୫. ବେଡ୍‌ସିଟରୁ ଲିପ୍‌ଷ୍ଟିକ୍‌ ଦାଗ ଛଡ଼ାଇବା ପାଇଁ ଆପଣ ତୂଳାକୁ ସ୍ପିରିଟ୍‌ରେ ବୁଡ଼ାଇ ପ୍ରଭାବିତ ସ୍ଥାନରେ ଲଗାଇ ପାରିବେ। ଏହାପରେ ଗରମ ପାଣିରେ ସର୍ଫ ପକାଇ ଧୋଇ ନିଅନ୍ତୁ। ୨/୩ ଥର ଏମିତି କରିବା ଦ୍ୱାରା ଦାଗ ଫିକା ପଡ଼ିଯାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button