ଦେଶ

ଚା’ ପିଇସାରିବା ପରେ ଏହି ସବୁ କାମରେ ଲଗାନ୍ତୁ ବଳକା ଚା’ ପତି, ଘା’ ଶୀଘ୍ର ଭଲ ହୋଇଯିବା ସହ ଗଛକୁ ମିଳିବ ଉଚିତ ପୋଷଣ

ଅଧିକାଂଶ ଲୋକ ଚା’ ତିଆରି କରିସାରିବା ପରେ ଚା’ ପତିକୁ ଫିଙ୍ଗି ଦିଅନ୍ତି। କିନ୍ତୁ ସେମାନେ ଏହା ଜାଣି ନ ଥାଆନ୍ତି ଯେ ବଳକା ଚା’ ପତିରେ ବହୁତ ଗୁଣ ଭରି ରହିଥାଏ, ଯାହାକି ଅନେକ କାମରେ ଆସିପାରିଥାଏ। ଏହାକୁ ବ୍ୟବହାର କଲେ, ସ୍ୱାସ୍ଥ୍ୟ ସହ କେଶକୁ ମଧ୍ୟ ଫାଇଦା ମିଳିଥାଏ। ଆଜି ଆମେ ଆପଣଙ୍କୁ ବଳକା ଚା’ ପତିର ଉପଯୋଗ ବିଷୟରେ କହିବୁ।

t33

୧. ବଳକା ଚା’ ପତିକୁ ଧୋଇ ଆଉଥରେ ଫୁଟାଇ ଦିଅନ୍ତୁ। ସେହି ପାଣିରେ ଘା’ କିମ୍ବା ଖଣ୍ଡିଆ ହୋଇଥିବା ସ୍ଥାନକୁ ଧୋଇ ଦିଅନ୍ତୁ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱ ମିଳିଥାଏ, ଯଦ୍ଦ୍ଵାରା ଘା’ ଶୀଘ୍ର ଶୁଖିଯିବାରେ ସାହାଯ୍ୟ କରିଥାଏ।

୨. ଚା’ ପତିର ପାଣି କେଶ ପାଇଁ ଭଲ କଣ୍ଡିଶନର ହୋଇଥାଏ। ଚା’ ତିଆରି କରି ସାରିବା ପରେ ପତିକୁ ଆଉଥରେ ଫୁଟାଇ ଏହାର ପାଣିକୁ କେଶରେ ଲଗାନ୍ତୁ। ଏହାଦ୍ୱାରା କେଶ ଚମକଦାର, ଆକର୍ଷଣୀୟ ଏବଂ ସିଲ୍କି ହୋଇଥାଏ। ଏପରି କି, ଏହି ପାଣିରେ କେଶ ଧୋଇଲେ, କେଶ ପାଚି ନ ଥାଏ।

t55

୩. ଏହା ତରକାରୀର ରଙ୍ଗକୁ କଳା କରିଥାଏ। ଚଣା ମସଲା ତିଆରି କଲା ବେଳେ ସେଥିରେ ବଳକା ଚା’ ପତିକୁ ଅଳ୍ପ ପକାଇ ଦିଅନ୍ତୁ। ଦେଖିବେ ଏହାର ରଙ୍ଗ କଳା ହୋଇଯିବ।

୪. ଚା’ ପତି ପାଣିକୁ ଫୁଟାଇ ଏହାକୁ ଏକ ସ୍ପ୍ରେ ବୋତଲରେ ରଖିଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଏହାକୁ ଘରର ଫର୍ନିଚରରେ ସ୍ପ୍ରେ କରନ୍ତୁ। ଏପରି କଲେ ଫର୍ନିଚରଗୁଡ଼ିକ ସଫା ହୋଇଯିବା ସହ ଆଗଭଳି ଚମକି ଉଠିବ।

୫. ବଳକା ଚା’ ପତିକୁ ବାହାରେ ନ ଫିଙ୍ଗି ଏହାକୁ ଆପଣ ସାର ବା ଖାଦ ରୂପେ ବ୍ୟବହାର କରିପାରିବେ। ଏହାକୁ ଗଛ ମୂଳେ ପକାଇଲେ, ଗଛକୁ ଉଚିତ ମାତ୍ରାରେ ପୋଷଣ ମିଳିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button