ଦେଶ

ଭାରତକୁ ସମର୍ଥନ କରି ପାକିସ୍ତାନୀ କହିଲେ, ‘ଏ ଯୁଦ୍ଧରେ ଆପଣାଛାଏଁ କାନାଡା ଓହରିଯିବ’ – Ibnodisha

[ad_1]

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀକୁ ନେଇ ଭାରତ ଓ କାନାଡ଼ା ଭିତରେ ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ନେଇ  ପାକିସ୍ତାନ ପକ୍ଷରୁ କ୍ରମାଗତ ଭାବେ ପ୍ରତିକ୍ରିୟା ଆସୁଛି।

ଏଭଳି ପରିସ୍ଥିତିରେ ପାକିସ୍ତାନୀ ଲୋକମାନେ ମଧ୍ୟ ଏହି ପ୍ରସଙ୍ଗରେ ନିଜନିଜର ପ୍ରତିକ୍ରିୟା ଦେଉଛନ୍ତି। ଏଥିସହିତ କିଛି ପାକିସ୍ତାନୀ ଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯଦି ଭାରତ ବଦଳରେ ପାକିସ୍ତାନ ଥାଆନ୍ତା ଆଉ କାନାଡା ଅଭିଯୋଗ ଆଣୁ ଥାଆନ୍ତା ତେବେ ଆମ ଦେଶକୁ ଲୋକେ ପୃଥକ କରି ଦେଇଥାନ୍ତେ। ପାକିସ୍ତାନ ଯେଉଁ ଅବସ୍ଥାରେ ଅଛି, ବିଶ୍ୱର କୌଣସି ଦେଶ ଆମକୁ ସମର୍ଥନ କରି ନଥାଆନ୍ତା। ଆମେ କାହିଁକି ଭାରତ ଠାରୁ ଅଲଗା ବୋଲି ଭାବିଲେ ଦୁଃଖ ଲାଗି୍ଥାଏ।’

ପାକିସ୍ତାନୀ ୟୁଟ୍ୟୁବରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କାନାଡା-ଭାରତ ବିବାଦକୁ ନେଇ ପାକିସ୍ତାନବାସୀଙ୍କୁ କିଛି ପ୍ରଶ୍ନ ପଚରାଉଚରା କରୁଥିବା ଦେଖିବାକୁ ମିଳିଛି।

ଭାଇରାଲ୍ ଭିଡିଓରେ ୟୁଟ୍ୟୁବର୍ ପାକିସ୍ତାନୀଙ୍କୁ ପଚାରିଛନ୍ତି ଯେ ଏହି ବିବାଦରେ କିଏ ଅଧିକ କ୍ଷତିଗ୍ରସ୍ତ ହେବ । ଯେଉଁଥିରେ ସମସ୍ତେ କାନାଡାର ନାମ ନେଉଛନ୍ତି। ଆଉ କହିଛନ୍ତି, ‘ଏମିତି ଏକ ସମୟ ଆସିବ ଯେଉଁଥିରେ କାନାଡା ଆପଣାଛାଏଁ ଏହି ବିବାଦରୁ ଓହରିଯିବ।’

ଏହି କ୍ରମରେ  ଆଉ ଜଣେ ପାକିସ୍ତାନୀ ଯୁବକ କହିଛନ୍ତି ଯେ, ‘ ଆଜି ଏହି ବିବାଦରେ କାନାଡା ଏକା ପଡ଼ି ଯାଇଛି। କାରଣ ଆମେରିକା, ବ୍ରିଟେନ, ଋଷିଆ ସମେତ ବିଶ୍ୱର ଶକ୍ତିଶାଳୀ ଦେଶମାନେ ଭାରତ ସହିତ ଛିଡା ହୋଇଛନ୍ତି।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button