ରାଜ୍ୟ

ଫିଟୁନି ସହକାରୀ ଜିଲ୍ଲାପାଳ ମୃତ୍ୟୁ ରହସ୍ୟ: ଆଜି ଆସିବ ବ୍ୟବଚ୍ଛେଦ ରିପୋର୍ଟ – Ibnodisha

[ad_1]

ପୁଲିସ ହାତରେ ୨ ସିସିଟିଭି ଫୁଟେଜ୍‌

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି। ସୁସ୍ମିତା ଆତ୍ମହତ୍ୟା କରିଛନ୍ତି ନା’ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି, ପ୍ଲାଣ୍ଟସାଇଟ୍‌ ପୁଲିସ ତା’ର ଖୋଳତାଡ କରୁଛି। ଶନିବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁସ୍ମିତାଙ୍କ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ପ୍ଲାଣ୍ଟସାଇଟ୍‌ ଥାନାର ତଦନ୍ତକାରୀ ଟିମ୍‌ ସୁସ୍ମିତା ରହୁଥିବା ହୋଟେଲରୁ ଦୁଇଟି ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛନ୍ତି। ଗୋଟିଏ ଫୁଟେଜ୍‌ରେ ସୁସ୍ମିତା ସକାଳ ପ୍ରାୟ ସାଢ଼େ ୧୦ଟାରେ ହୋଟେଲରୁ ବାହାରୁଛନ୍ତି। ଅନ୍ୟ ସିସିଟିଭି ଫୁଟେଜ୍‌ରେ ସୁସ୍ମିତା ଟ୍ରାଫିକ୍‌ ଗେଟ୍‌ ଛକ ଆଡକୁ ଏକାକୀ ଚାଲିଚାଲି ଯାଉଥିବାର ଦେଖିବାକୁ ମିଳିଛି।

ହୋଟେଲ ରୁମ୍‌ରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ନଗଦ ୫ ହଜାର ଟଙ୍କା ଓ ଗୋଟିଏ ମୁଦି ଜବତ କରିଛି। ସେମିତି ଶବ ବ୍ୟବଚ୍ଛେଦ ପୂର୍ବରୁ ପୁଲିସ ସୁସ୍ମିତା ପିନ୍ଧିଥିବା ସୁନା ଚେନ୍‌ ସହ ଅନ୍ୟ ଦୁଇଟି ଅଳଙ୍କାର ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ସେପଟେ ସୁସ୍ମିତାଙ୍କୁ କେଉଁମାନେ ମାନସିକ ଚାପ ଦେଉଥିଲେ? ମୃତ୍ୟୁ ଘଟଣା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦାୟୀ ବୋଲି ସୁସ୍ମିତାଙ୍କ ଭାଇ ଆଣିଥିବା ଅଭି‌ଯୋଗର ସତ୍ୟତା ଅଛି କି ନାହିଁ, ତଦନ୍ତକାରୀ ଟିମ୍‌ ତା’ର ଖୋଳତାଡ଼ କରୁଛନ୍ତି। ମିଳିଥିବା ସୂଚନା ମୁତାବକ ସୁସ୍ମିତା ବିବାହର କିଛି ମାସ ପରେ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ରାଜଗାଙ୍ଗପୁର ରାମବାହାଲସ୍ଥ ଘରୁ ପ୍ରତିଦିନ ରାଉରକେଲା ଏଡିଏମ୍‌ ଅଫିସକୁ ଆସୁଥିଲେ। ସଂଧ୍ୟାରେ କାମ ସାରି ଘରକୁ ଫେରୁଥିଲେ। ହେଲେ ୧୬ ତାରିଖରେ ଏଡିଏମ୍‌ ଅଫିସ୍‌ରେ ବୈଠକ ଆଳ ଦେଖାଇ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରଦିନ ଅର୍ଥାତ୍‌ ୧୭ ତାରିଖ ସକାଳେ ତାଙ୍କ ଭାଇ ସନ୍ଦୀପ ଭଉଣୀଙ୍କୁ ଖୋଜିବାକୁ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଥିଲେ। ନ ପାଇବାରୁ ଉଦିତନଗର ଥାନାରେ ତାଙ୍କ ଭଉଣୀ ନିଖୋଜ ହୋଇ ଯାଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୁଲିସ ଖୋଜାଖୋଜି କରି ରାତିରେ ସୁସ୍ମିତାଙ୍କୁ ରାଉରକେଲା ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ଠାବ କରିଥିଲା। ପରେ ଭାଇ ସନ୍ଦୀପଙ୍କୁ ସୁସ୍ମିତାଙ୍କ ସମ୍ପର୍କରେ ଜଣାଇଥିଲା। ପୁଲିସଠାରୁ ସୂଚନା ପାଇ ସନ୍ଦୀପ ତାଙ୍କ ମା’ଙ୍କୁ ନେଇ ଉକ୍ତ ହୋଟେଲରେ ପହଞ୍ଚିଥିଲେ। ସୁସ୍ମିତାଙ୍କୁ ଘରକୁ ନେବାକୁ ଚାହିଁଥିଲେ। ହେଲେ ସୁସ୍ମିତା ଘରକୁ ଯିବାକୁ ମନା କରି ଦେଇଥିଲେ। ସେହିଦିନ ରାତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୁରୁଣ୍ଡିଆ ବିଡିଓ ଏବଂ ସିଡିପିଓ ସନ୍ଦୀପଙ୍କ ଘରେ ପହଞ୍ଚି ସୁସ୍ମିତା ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି ବୋଲି କହିବା ପରେ ପରିବାର ଲୋକଙ୍କ ସନ୍ଦେହ ଆହୁରି ବଢ଼ିଥିଲା। ଗୋଟିଏ ଦିନ ପରେ ଅର୍ଥାତ୍‌ ୧୯ ତାରିଖ ସଂଧ୍ୟାରେ ସେନ୍‌ସରି ପାର୍କ ପରିସରସ୍ଥ ପୋଖରୀରୁ ସୁସ୍ମିତାଙ୍କ ଶବ ମିଳିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button