IBN ଓଡ଼ିଶା ବ୍ୟୁରୋ

କଣ ଆପଣ ଜାଣିଛନ୍ତି କି ସାପ କାମୁଡିଲେବି ନେଉଳ ଉପରେ କାହିଁକି ହୋଇ ନଥାଏ ଏହାର କିଛିବି ପ୍ରଭାବ?

ସାପର ବିଷ ବହୁତ ଭୟାନକ ଅଟେ । ଯଦି କୌଣସି ମଣିଷକୁ କାମୁଡି ଦିଏ ତେବେ ତାହାର ଜୀବନ ମଧ୍ୟ ଯାଇପାରେ । କିନ୍ତୁ ଆପଣମାନେ ତ ସାପ ଏବଂ ନେଉଳର ଯୁଧ୍ୟ ଦେଖିଥିବେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ସାପର ବିଷ ଦ୍ଵାରା ମନୁଷ୍ୟର ଜୀବନ ମୁର୍ତ୍ୟୁ ମୁଖକୁ ଯାଇ ପାରେ ତେବେ ସେଠି ଅନ୍ୟ ପଟେ ନେଉଳ ସାପ ସହିତ ବରାବର ଯୁଧ୍ୟ କରିଥାଏ । ଦୁଇଜଣ ପରସ୍ପରକୁ କାମୁଡି ଥାନ୍ତି କିନ୍ତୁ ସାପର କାମୁଡିବା ଦ୍ଵାରା ବି ନେଉଳ ଉପରେ କିଛି ପ୍ରଭାବ ପଡେ ନାହିଁ ।

ଆମେ ସମସ୍ତେ ଏହି କଥାକୁ ଭଲ ଭାବରେ ଜାଣିଛୁ କି ସାପ ଏବଂ ନେଉଳ ପରସ୍ପର ଶତ୍ରୁ ଅଟନ୍ତି ଏବଂ ତାଙ୍କର ଯୁଧ୍ୟରେ ସବୁବେଳେ ନେଉଳ ହିଁ ଜିତି ଥାଏ । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ସାପର ବିଷ ଦ୍ଵାରା ମଣିଷ ମୁର୍ତ୍ୟୁ ବରଣ କରିଥାଏ କିନ୍ତୁ ସେହି ବିଷ ନେଉଳ ଉପରେ କାହିଁକି କିଛି ପ୍ରଭାବ ପକାଏ ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କିଛି କହିବାକୁ ଯାଉଛୁ କି ଶେଷରେ ନେଉଳ ମଧ୍ୟରେ ଏମିତି କଣ ଖାସ କଥା ଅଛି ଯାହାଦ୍ୱାରା ତାହା ଉପରେ ସାପ ବିଷର କୌଣସି ପ୍ରଭାବ ପଡେ ନାହିଁ ।

କହିଦେଉଛୁ ଯେ ଭାରତରେ ମିଳୁଥିବା ମାଟିଆ ରଙ୍ଗର ନେଉଳଙ୍କ ଉପରେ ସାପର ବିଷର ପ୍ରଭାବ କମ ହୋଇଥାଏ । ଯଦି ସାପ ଏବଂ ନେଉଳର ଯୁଧ୍ୟ ହୋଇଥାଏ ତେବେ ପ୍ରାୟତଃ ସାପ ହିଁ ମରିଥାଏ, କାରଣ ନେଉଳ ମାନଙ୍କର ଶରୀର ମଧ୍ୟରେ ଏକ ବିଶେଷ ପ୍ରକାରର ଏସିଟ୍ଲୋକ୍ଲିନ ରିଫ୍ଲେକ୍ସ ହୋଇଥାଏ ଯାହା ସାପର ବିଷକୁ ପ୍ରତିରିକ୍ଷିତ କରିଥାଏ । ଏହା ସହିତ ନେଉଳର ଡିଏନଏରେ ଅଲ୍ଫା ଏବଂ ବିଟା ବ୍ଲକର୍ସ ପ୍ରସ୍ତୁତ କରିଥାଏ ଏବଂ ଯାହା ବିଷର ରେସେପ୍ଟର୍ସ ସହିତ ବନ୍ଧନରେ ପ୍ରଭାବ ହୀନ ହୋଇଥାଏ ଏବଂ ଏହି କାରଣରୁ ସାପରେ ଏବଂ ନେଉଳର ଯୁଧ୍ୟରେ ପ୍ରାୟତଃ ନେଉଳ ହିଁ ଜିତି ଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button