IBN ଓଡ଼ିଶା ବ୍ୟୁରୋ

ଶ୍ରୀକୃଷ୍ଣଙ୍କ ଅନୁସାରେ ଯେତେବେଳେ ଶତ୍ରୁ ଆପଣଙ୍କ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ ତେବେ ଏହିଭଳି କରନ୍ତୁ ତାହାର ସାମନା

ଶ୍ରୀମଦଭାଗବତରେ ଶ୍ରୀକୃଷ୍ଣଙ୍କ ସହିତ ଜଡିତ ଏମିତି ଜିନିଷ ବିଷୟରେ ଉଲ୍ଲେଖ କରା ଯାଇଛି ଯାହା ସାହାର୍ଯ୍ୟରେ କୌଣସି ବି ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇ ପାରିବେ । ଏହା ଅନୁସାରେ ଶ୍ରୀକୃଷ୍ଣ କହିଛନ୍ତି କି ଯେତେବେଳେ ବି ଆପଣ ନିଜ ଜୀବନରେ କୌଣସି ବଳବାନ ଶତ୍ରୁର ସାମନା କରୁଛନ୍ତି ତେବେ ସେହି ସମୟରେ ଆପଣଙ୍କୁ କଣ କରିବା ଉଚିତ ଏବଂ କେମିତି ତାହର ସାମନା କରିବା ଉଚିତ ।

ଜରାସଂଧ ଏବଂ ଶ୍ରୀକୃଷ୍ଣଙ୍କର କଥା

ଜରାସଂଧଙ୍କର ବର୍ଣନ ମହାଭାରତରେ ଉଲ୍ଲେଖ କରାଯାଇଛି କି ଜରାସଂଧ ଏକ ଶକ୍ତିଶାଳୀ ରାଜା ଥିଲେ ଏବଂ ସେ ମଗଧ (ବିହାର)ରେ ବର୍ଷ ବର୍ଷ ଧରି ରାଜତ୍ଵ କରିଥିଲେ । ଏହି ସମୟରେ ସେ ବହୁତ ଯୁଧ୍ୟ ମଧ୍ୟ କରିଥିଲେ ଏବଂ ସବୁ ଯୁଧ୍ୟରେ ସେ ଅତି ସହଜରେ ବିଜୟ ହାସଲ କରୁଥିଲେ । ଥରେ ଜରାସଂଧଙ୍କର ସାମନା ଶ୍ରୀକୃଷ୍ଣ ଏବଂ ବଳରାମଙ୍କ ସହ ହୋଇଥିଲା । ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ଜଣା ଥିଲା କି ଜରାସଂଧ ତାଙ୍କ ଠାରୁ ଅଧିକ ବଳଶାଳୀ ଅଟନ୍ତି ଏବଂ ତାଙ୍କୁ ପରାସ୍ତ କରିବା ସହଜ ନୁହେଁ ।

ଜରାସଂଧ ଏବଂ ଶ୍ରୀକୃଷ୍ଣ ମଧ୍ୟରେ ହୋଇଥିଲା ଯୁଧ୍ୟ

ଜରାସଂଧଙ୍କ ସହ ଯୁଧ୍ୟ କରିବା ସମୟରେ ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ଯେତେବେଳେ ଜରାସଂଧଙ୍କର ଶକ୍ତି ବିଷୟରେ ଜଣା ପଡିଲା ତେବ ସେମାନେ ଯୁଧ୍ୟ ଛାଡି ପଳାୟନ କରିଲେ ଏବଂ ଏକ ପର୍ବତ ଉପରକୁ ଯାଇ ଲୁଚି ଗଲେ । ଏହା ଦେଖି ଜରାସଂଧ ଚିନ୍ତା କରିଲେ କି ଯଦି ସେ ସେହି ପର୍ବତରେ ନିଆଁ ଲଗାଇ ଦେବେ ତେବେ ସେମାନେ ଦୁଇଜଣ ବି ସେହି ନିଆଁରେ ଜଳି ଯିବେ ।

ଏହା ପରେ ଜରାସଂଧ ନିଜ ସେନାଙ୍କୁ ସେହି ପର୍ବତରେ ନିଆଁ ଲଗାଇବା ପାଇଁ ଆଦେଶ ଦେଲେ । ପର୍ବତରେ ନିଆଁ ଦେଖି ଶ୍ରୀକୃଷ୍ଣ ଏବଂ ବଳରାମ ସେଠୁ ନିଜର ଜୀବନ ବଞ୍ଚାଇ ସକୁଶଳ ନିଜ ରାଜ୍ୟକୁ ଫେରିଗଲେ । ଜରାସଂଧଙ୍କୁ ଲାଗିଲା କି ସେ ତାଙ୍କର ଶତ୍ରୁକୁ ମାରି ଦେଇଛନ୍ତି ଏବଂ ସେ ବହୁତ ଖୁସି ହୋଇଗଲେ ।

ଏହି ଯୁଧ୍ୟରେ ଶ୍ରୀକୃଷ୍ଣ ଏକ ଜରୁରୀ ଜ୍ଞାନ ଦେଇଛନ୍ତି

ଶ୍ରୀକୃଷ୍ଣ କହିଛନ୍ତି କି ଯଦି ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଅଧିକ ଶକ୍ତିଶାଳୀ ଅଟେ ତେବେ ଆପଣ ତାଙ୍କ ସହିତ ଭୁଲରେ ବି ଯୁଧ୍ୟ କରନ୍ତୁ ନାହିଁ । ଆପଣ ତାଙ୍କ ଠାରୁ ଅଧିକ ଶକ୍ତିଶାଳୀ ହେବା ପାଇଁ ଚେଷ୍ଟା କରନ୍ତୁ । ଶକ୍ତିଶାଳି ହେବା ପରେ ହିଁ ଶତ୍ରୁ ସହିତ ଯୁଧ୍ୟ କରନ୍ତୁ । ମହାଭାରତ ଅନୁସାରେ କିଛି ସମୟ ପରେ ହିଁ ଭୀମ ଜରାସଂଧଙ୍କ ସହ ଯୁଧ୍ୟ କରି ତାଙ୍କୁ ମାରି ଦେଇଥିଲେ ।

ଶ୍ରୀକୃଷ୍ଣଙ୍କ ସାହାର୍ଯ୍ୟରେ ହିଁ ଭୀମ ଜରାସଂଧଙ୍କୁ ପରାସ୍ତ କରିଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button