ଦେଶ

ପୁଲିସ କ୍ବାର୍ଟରରେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ମହଙ୍ଗା ପଡ଼ିଲା, ଭିଡିଓ ଭାଇରାଲ୍ – Ibnodisha

[ad_1]

ନୂଆଦିଲ୍ଲୀ: ରାଜସ୍ଥାନରେ ଦୀର୍ଘ ୧୫ବର୍ଷ ପରେ ନୂଆ ଜିଲ୍ଲାର ଗଠନ ହୋଇଛି। ଗଠନ ହୋଇଥିବା ନୂଆ ଜିଲ୍ଲା ଅନୁଯାୟୀ ରାଜସ୍ଥାନର ଭରତପୁରରୁ ହଟିଯାଇ ଡିଗ ହୋଇଛି ନୂଆ ଜିଲ୍ଲା। ତେବେ ଏହି ଡିଗ ଜିଲ୍ଲାର ସବ-ଇନ୍ସପେକ୍ଟରଙ୍କ ଏକ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭ‌ାଇରାଲ ହୋଇଛି।  ଏହି ଫଟୋ ଭାଇରାଲ ହେବାପରେ ଘଟଣାର ଯାଞ୍ଚ ଡିଗ ଜିଲ୍ଲାର ପୁଲିସ ଇନ୍ସପେକ୍ଟର ବୃଜେଶ ଜ୍ୟୋତି ଉପାଧ୍ୟାୟ କରୁଛନ୍ତି।

ସୂଚନାଯୋଗ୍ୟ, ଡିଗ ଜିଲ୍ଲାର କୈଥୱାଡା ଥାନାର ସବ-ଇନ୍ସପେକ୍ଟର କମରୁଦ୍ଦିନ ଖାନ ଜଣେ ମହିଳାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଥିବା ଫଟୋ ଭାଇରାଲ ହୋଇଛି। ତେବେ କୁହାଯାଉଛି କି କମରୁଦ୍ଦିନ ଖାନ ଜଣେ ଦଲାଲଙ୍କ ମାଧ୍ୟମରେ ଜଣେ ମହିଳାଙ୍କୁ ତାଙ୍କ ସରକାରୀ କ୍ବାର୍ଟରକୁ ନେଇ ଯାଇଥିଲେ। ‌ସେଠାରେ ସେ ମହିଳାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଥିଲେ। ଆଉ ଏହି ସମୟର କିଛି ଫଟୋକୁ ସବ-ଇନ୍ସପେକ୍ଟର କମରୁଦ୍ଦିନ ତାଙ୍କ ଫୋନରେ ଉଠାଇ ରଖିଥିଲେ। ଏବେ ସବ-ଇନ୍ସପେକ୍ଟର ଓ ମହିଳାଙ୍କ ସେହି ଅଶ୍ଳୀଳ  ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।

ଏହି ଘଟଣା ସାମ୍ନ‌ାକୁ ଆସିବା ପରେ କ୍ୟାବିନେଟ ମନ୍ତ୍ରୀ ବି‌‌‌ଶ୍ବେନ୍ଦ୍ର ସିଂହ କହିଛନ୍ତି, ସବ-ଇନ୍ସପେକ୍ଟରଙ୍କୁ ଏମିତି କାମ କରିବା ପୂର୍ବରୁ ଖାକି ପୋଷାକ କଥା ଥରେ ଚିନ୍ତା କରିବାର ଥିଲା। ତାଙ୍କର ଏମିତି କାମ ପାଇଁ ପୂରା ପୁଲିସ ବିଭାଗକୁ ଅପମାନର ସାମ୍ନା କରିବାକୁ ପଡ଼ୁଛି। ଏଥିସହିତ ସବ-ଇନ୍ସପେକ୍ଟରଙ୍କ ଏହି ଅଶ୍ଳୀଳ ଫଟୋକୁ ରାଜସ୍ଥାନର ପୁଲିସ ମହାନିର୍ଦ୍ଦେଶକଙ୍କ ପାଖକୁ ପଠାଇ ଦିଆଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button