IBN ଓଡ଼ିଶା ବ୍ୟୁରୋ

ଅଚାନକ ଗୋଟିଏ ଗରିବ ଝିଅ ଆକାଉଣ୍ଟ କୁ ଆସିଲା 10 କୋଟି ଟଙ୍କା, ଆଉ ତା’ ପରେ….

ଯେତେବେଳେ ବାଲିଆ ଜିଲ୍ଲାର ବାନ୍ସଡିହ ଅଞ୍ଚଳର ରୁକୁନପୁରା ଗ୍ରାମରେ ରହୁଥିବା ଏକ ଝିଅର ଆକାଉଣ୍ଟ କୁ ହଠାତ୍ 10 କୋଟି ଟଙ୍କା ଆସିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲା। ଏହା ପରେ ବ୍ୟାଙ୍କ ବାଲା ଆକାଉଣ୍ଟରେ 10 କୋଟି ଟଙ୍କା ଉପରେ ହୋଲ୍ଡ ଲଗାଇ ଦେଲେ । ମାନେ ଆକାଉଣ୍ଟରେ ଟଙ୍କା ଜମା ତ କରି ପାରିବେ କିନ୍ତୁ ଉଠାଇ ପାରିବେ ନାହିଁ । ହୋଲ୍ଡ ପରେ ଆକାଉଣ୍ଟରେ ପ୍ରାୟ 5 ହଜାର ଟଙ୍କା ଅଛି । ପ୍ରକୃତରେ ଫରିଦାବାଦ ଜିଲ୍ଲାର ପୋଲିସ ଦ୍ଵାରା ଅଭିଯୋଗ ପାଇବା ପରେ ଏହି ହୋଲ୍ଡ ଲାଗୁ କରାଯାଇଛି।

ଶ୍ରମିକର ଝିଅର ଆକାଉଣ୍ଟକୁ ଆସିଲା ୧୦ କୋଟି ଟଙ୍କା

ପ୍ରକୃତରେ, ରୁକୁନପୁରା ଗାଁର ସୁବେଦାର ସାହନିଙ୍କ ଝିଅ ସରୋଜର ଆହ୍ଲାବାଦ ବ୍ୟାଙ୍କର ବାନ୍ସଡିହ ଶାଖାରେ ଏକ ଆକାଉଣ୍ଟ ଅଛି । ଯେତେବେଳେ କି କିଛି ଠକମାନେ ତାଙ୍କର ଏହି ଖାତାକୁ ଅନଲାଇନ ଠକିବା ପାଇଁ ବ୍ୟବହାର କରୁଥିଲେ । ସେମାନେ ସରୋଜର ଅଜ୍ଞାତରେ ଏହି ଆକାଉଣ୍ଟ ରେ ଟଙ୍କା କାରବାର କରୁଥିଲେ । ଅଧିକାଂଶ ଠକେଇ ଟଙ୍କା ସରୋଜଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା ।

ଆହ୍ଲାବାଦ ବ୍ୟାଙ୍କର ବାନ୍ସଡିହ ଶାଖାର ପୂର୍ବତନ ମ୍ୟାନେଜର ସ୍ଵପ୍ନୀଲ ସିଂ କହିଲେ କି ତାଙ୍କୁ ଫେବୃଆରୀ 2020 ରେ ଫରିଦାବାଦ ଜିଲ୍ଲାର ଆହ୍ଲାବାଦ ବ୍ୟାଙ୍କ ଶାଖାର ମ୍ୟାନେଜରଙ୍କର କଲ ଆସିଥିଲା। ସେହି ମ୍ୟାନେଜର କହିଥିଲେ କି ସରୋଜ ନାମକ ଜଣେ ଝିଅଙ୍କ ଆକାଉଣ୍ଟକୁ ଅନଲାଇନରେ ଠକେଇ ପାଇଁ ବ୍ୟବହାର କରାଯାଉଛି। ବିଭିନ୍ନ ଉପାୟରେ ଏହି ଆକାଉଣ୍ଟରେ ଟଙ୍କା ଜମା ହେଉଛି ।

ଏ ସମ୍ପର୍କରେ ଫରିଦାବାଦ ପୋଲିସ ତଦନ୍ତ ଜାରି ରଖିଛି। ଏଥି ସହିତ, ଯେତେବେଳେ ବ୍ୟାଙ୍କ ଲୋକମାନେ ଏହି ଝିଅଙ୍କୁ ଡାକି ପଚାରିଲେ ଆପଣଙ୍କ ଆକାଉଣ୍ଟରେ ଏତେ ଟଙ୍କା କେଉଁଠୁ ଆସିଲା, ସେ କିଛି ଉତ୍ତର ଦେଇ ପାରିଲେ ନାହିଁ ।

ଦୁଇ ବର୍ଷ ପୂର୍ବେ ଜଣେ ଅଜଣା ବ୍ୟକ୍ତିଙ୍କୁ ଦେଇଥିଲେ ଆଧାର କାର୍ଡ ଓ ଫଟୋ

ମହିଳା ଜଣକ କହିଛନ୍ତି ଯେ ତାଙ୍କୁ ଦୁଇ ବର୍ଷ ପୂର୍ବେ ନୀଲେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କଠାରୁ କଲ ଆସିଥିଲା । ସେ PM ଆବାସ ଦେବା ନାମରେ ଆଧାର କାର୍ଡ ଓ ଫଟୋ ମାଗିଥିଲେ। ଏଭଳି ପରିସ୍ଥିତିରେ ଝିଅ ଟି ତାଙ୍କୁ ପୋଷ୍ଟ ମାଧ୍ୟମରେ ଏସବୁ ପଠାଇଥିଲା । ଏହା ପରେ ବ୍ୟାଙ୍କ ର ଏଟିଏମ୍ କାର୍ଡ ସେହି ଝିଅଙ୍କ ନିକଟକୁ ଆସିଥିଲା । ଏଭଳି ପରିସ୍ଥିତିରେ ନୀଲେଶଙ୍କ କହିବାନୁସାରେ ସେ ଏହି ଏଟିଏମ୍ କାର୍ଡ ଓ ତାର ପିନ୍ କୋଡ୍ ପୋଷ୍ଟ ମାଧ୍ୟମରେ ପଠାଇଥିଲେ।

ଝିଅର ଏହି କଥା ଶୁଣି ବ୍ୟାଙ୍କ ବାଲା ମଧ୍ୟ ବୁଝିଗଲେ କି ଅନଲାଇନ୍ ଠକମାନେ ଝିଅକୁ ସେମାନଙ୍କର ଶିକାର କରିଛନ୍ତି। ଏହା ପରେ ଝିଅ ଜଣକ ଫରିଦାବାଦ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଠକ ମାନଙ୍କୁ ଏହାର କୌଣସି ଖବର ନ ମିଳୁ ଏଥିପାଇଁ ଏହି ଆକାଉଣ୍ଟରେ ୧୦ କୋଟି ଟଙ୍କାର ହୋଲ୍ଡ ଲଗା ଯାଇଥିଲା । ଯେତେବେଲେକି ଠକମାନେ ହୋଲ୍ଡ ଲାଗିବା ପରେ ଖାତାକୁ କେବଳ ୫୦୦୦ ଟଙ୍କା ରଖିଛନ୍ତି ଓ ପୁଣି ଏହାର ବ୍ୟବହାର କରିବା ବନ୍ଦ କରିଦେଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button