IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବାଛନ୍ତୁ ନିଜ ମନ ପସନ୍ଦର ଗୋଟେ ଚିହ୍ନ ଓ ଜାଣନ୍ତୁ ଆପଣଙ୍କର ସମସ୍ୟା ଓ ତାର ସମାଧାନ

ଆପଣଙ୍କର ରାଶି ଯେପରି ଆପଣଙ୍କ ଆଗତ ଭାଗିଷ୍ୟତ ର ସୂଚନା ଆପଣଙ୍କୁ ଦେଇଥାଏ ଠିକ ସେହିପରି ଆପଣଙ୍କ ପସନ୍ଦ ନାପସନ୍ଦ ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ ବହୁତ କିଛି କହିଥାଏ । ଆପଣଙ୍କ ପସନ୍ଦରୁ ହିନ ଜଣାପଡେ କି ଆପଣ କିପରି ବ୍ୟକ୍ତି ଓ ଆପଣଙ୍କ ସ୍ଵଭାବ ଚରିତ୍ର କିପରି ଅଟେ । ତେବେ ଆଜି ଆମେ ଆପଣଙ୍କୁ ଏହି ପାଞ୍ଚଟି ଚିହ୍ନରୁ ଯେକୌଣସି ଗୋଟିଏ ଚିହ୍ନକୁ ବାଛିବାକୁ ହେବ ଓ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଭାଗ୍ୟରେ ଥିବା ସମସ୍ୟା ଓ ତାର ସମାଧାନ ବିଷୟରେ । ତେବେ ଯଦି ଆପଣ ପ୍ରଥମ ଚିହ୍ନ ଟିକୁ ପସନ୍ଦ କରିଛନ୍ତି ।

ସିଂହ ଚିହ୍ନ

ସିଂହ ସୌର୍ଯ୍ଯ ପ୍ରତୀକ ଅଟେ । ବୈଦିକ ଜ୍ୟୋତିଷରେ ସିଂହ ସୂର୍ଯ୍ୟ ସହିତ ସମାନ ବୋଲି ମାନନ୍ତି । ଏହି ଚିହ୍ନକୁ ପସନ୍ଦ କରିବା ଅର୍ଥ ଆପଣଙ୍କୁ ଆପଣଙ୍କ ଭାଗ୍ୟ ସହିତ କିଛିଟା ବୁଝାମଣା କରିବାକୁ ପଡିବ ଓ ଜୀବନଶୈଳୀକୁ କିଛିଟା ସୁଧାରିବାକୁ ପଡିବ । ଆପଣ ଯେଉଁ ରାସ୍ତାରେ ଯେଉଁ ଭାବନା ଓ ବିଚାର ଧାରା ସହିତ ଚାଲୁଛନ୍ତି ସେଥିରେ ସୁଧାର ଆଣିବାକୁ ପଡିବ ।  ସେହି ରାସ୍ତା ଭୁଲ ହୋଇଥାଇପାରେ ଓ ଆଗକୁ ସେଥିରେ ବିପଦ ଆସିପାରେ । ସେଥିପାଇଁ ଆପଣ ସେଥିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ଏହା ଶକ୍ତି ପ୍ରତୀକ ହୋଇଥିବାରୁ ଏହା ଆପଣଙ୍କ ଉପରେ ପ୍ରଭାବ ପଡିପାରେ । ଆପଣ ଯେ କୌଣସି ପରିସ୍ଥିତି ଆସୁ ପଛେ ତାହାକୁ ସମାଧାନ କରି ସେଥିରୁ ଉଧାର ପାଇପାରିବେ ।

ସମୟ

ବଦଳୁଥିବା ସମୟର ପ୍ରତୀକ ଅଟେ । ସଂସାରରେ କୌଣସି ଜିନିଷ ସ୍ଥିର ନୁହେଁ ଏହା ସବୁବେଳେ ବଦଳୁଥାଏ । ସମୟଟି ବୁଲି ବୁଲି ପୁଣି ନିଜ ସ୍ଥାନ ଆସିପାରେ । ଏହାକୁ ସମୟ ଚକ୍ର କୁହାଯାଏ । ଏହି ଚିହ୍ନକୁ ପସନ୍ଦ କରିବା ଦ୍ଵାରା ଆପଣଙ୍କ ମାନସିକ ସ୍ଥିତି କେଉଁ ପରିସ୍ଥିତିରେ ପଡିଥିବାର ଦର୍ଶାଇଥାଏ ।  ଏହା ବର୍ତମାନ ଓ ଅତୀତର କୌଣସି ଦୁଖଦ ପରିସ୍ଥିତି ଦେଖାଇଥାଏ । ସେଥିପାଇଁ ସୁଧାର ପାଇଁ ମନେରରଖନ୍ତୁ ସବୁବେଳେ ପରିସ୍ଥିତି ଏକା ଭଳି ହୋଇନଥାଏ । ଆପଣ ଜୀବନରେ ଯେତେ ଅସୁବିଧା ହେଲେ ମଧ୍ୟ ଦିନେ ନା ଦିନେ ସେଥିରୁ ମୁକ୍ତ ହୋଇପାରିବେ । ବର୍ତମାନରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ଆପଣ ସବୁ କିଛି କରିପାରିବାରେ ସକ୍ଷମ ଅଟନ୍ତି । ସେଥିପାଇଁ ଆପଣ ଉଚିତ ସମୟକୁ ଅପେକ୍ଷା କରନ୍ତୁ ।

ଚନ୍ଦ୍ରମା

ଚନ୍ଦ୍ରମା ଭାବନା ସହିତ ସମ୍ପର୍କ ଥାଏ । ବ୍ୟକ୍ତିକୁ ରହଷ୍ୟମୟ କରିଥାଏ । ଏହି ଚିତ୍ର ଚିହ୍ନି ଦ୍ଵାରା ଦୂନ୍ଦ୍ଵର ପରିପ୍ରକାଶ କରିଥାଏ । ଆପଣ କୌଣସି ଘଟଣାରେ ବିଚଳିତ ହୋଇଥାନ୍ତି ।  ସେଥିପାଇଁ ଅପଣାଙ୍କର ରାତିର ନିଦ ହଜିଯାଇଥାଏ । ଏହି ବିଚଳିତ ହେବାର କାରଣକୁ ଖୋଜିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ମନରେ କ୍ରୋଧ ଓ ଗ୍ଳାନିର ଭାବନା ଆସିପାରେ । ସେଥିପାଇଁ ଆପଣ ସୁଧାର ଆଣିବା ପାଇଁ ଆପଣ ମନରେ ଶାନ୍ତି ରଖିବା ଦରକାର । ନିଜର ଭାବନାକୁ କାହାସହିତ ବାଣ୍ଟନ୍ତୁ । ସତକୁ ସବୁବେଳେ ସ୍ଵୀକାର କରନ୍ତୁ ।

ଚାବି

ଚାବିକୁ ସବୁବେଳେ ପଥପ୍ରଦର୍ଶର୍କ ଭାବେ ଦେଖାଯାଏ । ଆପଣ ବାଛିଥିବା ରାସ୍ତାକୁ ଦେଖାଇଥାଏ । ଯଦି ଏହି ଚିହ୍ନକୁ ପସନ୍ଦ  କରିଛନ୍ତିତ ଏହା ଆପଣଙ୍କ ମନରେ ଚାଲୁଥିବା କୌଣସି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛନ୍ତି । ଆପଣ ନେଇଥିବା କୌଣସି ନିଷ୍ପତି ଠିକ କି ଭୁଲ ତାହାକୁ ନେଇ ଆପଣଙ୍କ ମନରେ ଚାଲୁଥିବା ସଂଶୟ ଅଛି ଓ ଏହାର ଜବାବ କେମିତି ଖୋଜିବେ ଏହାକୁ ବୁଝି ପାରୁନାହାନ୍ତି । ଏଥିରୁ ମୁକ୍ତ ହେବାପାଇଁ ଆପଣଙ୍କୁ ମାନସିକ ସ୍ତରରେ ଶକ୍ତିଶାଳୀ ହେବାକୁ ପଡିବ ଓ ବାହାରେ ବହୁତ ଲୋକଙ୍କ ସହ ଦେଖା ହବ ଓ ମନରେ ତାଜପଣ ଆସିବ ।

ହାତ ଚିହ୍ନ

ଯଦି ଆପଣ ଏହି ଚିହ୍ନଟିକୁ ବାଛିଛନ୍ତି ତେବେ ଆପଣ ନକରାତ୍ମକ ଚିନ୍ତାରେ ଆପଣ ପଡିଯାଇଛନ୍ତି । ଆପଣ ସେଥିରୁ ବାହାରିବା ପାଇଁ ବ୍ୟାକୁଳ ଅଛନ୍ତି । ଆପଣଙ୍କ ଜୀବନରେ ଘଟୁଥିବା କିଛି ଅଚାନକ ଅଘଟଣର କିଛି ସଂକେତ ଦେଖାଯାଉଛି ତ ଏହି ଚିହ୍ନ ଦର୍ଶାଉଛି ଯେ ଜୀବନରେ କୌଣସି ଖରାପ ବା ଭଲ ପରିସ୍ଥତି ଉପୁଜେ ବା କୌଣସି ଖୁସି ଆସେ  ତେବେ ଏହା  ଆପଣ ନିଜ ହାତରେ ହିଁ ଅଛି କିନ୍ତୁ ନିଜର ଇଛାଶକ୍ତିକୁ ଦୃଢକରି ନିଜ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button