ଦେଶ

‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ଗୁରୁବାର କହିଛନ୍ତି ଯେ ଚନ୍ଦ୍ର ମିସନ ଚନ୍ଦ୍ରଯାନ -୩ର ରୋଭର ‘ପ୍ରଜ୍ଞାନ’ଠାରୁ ଯାହା ଆଶା କରାଯାଉଥିଲା ତାହା ହାସଲ ହୋଇସାରିଛି। ଚନ୍ଦ୍ରରେ ଏବେ ଏହା ଜାଗ୍ରତ ହୋଇପାରୁନଥିଲେ ମଧ୍ୟ ଆମେ ପ୍ରଜ୍ଞାନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିଛୁ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି। ପ୍ରଜ୍ଞାନ ଯଦି ବର୍ତ୍ତମାନର ନିଦ୍ରା ଅବସ୍ଥାରୁ ସକ୍ରିୟ ହୋଇପାରିବ ନାହିଁ ତେବେ ମଧ୍ୟ କିଛି ଫରକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ‌ଗୁଜୁରାଟର ଗିର ସୋମନାଥ ଜିଲ୍ଲାର ସୋମନାଥ ମନ୍ଦିର ପରିଦର୍ଶନ କରିବା ଅବସରରେ ଇସ୍ରୋ ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି, ଚନ୍ଦ୍ରର ତାପମାତ୍ରା ମାଇନସ୍ ୨୦୦ ଡିଗ୍ରି ସେଲସିୟସକୁ ଖସିଯିବା ସହିତ ଅତ୍ୟଧିକ ପ୍ରତିକୂଳ ପାଗ ଯୋଗୁଁ ଯଦି ପ୍ରଜ୍ଞାନର ଇଲେକ୍ଟ୍ରୋନିକ୍ ସର୍କିଟ୍ ନଷ୍ଟ ହୋଇନଥାଏ ତେବେ ଏହା ପୁନର୍ବାର ସକ୍ରିୟ ହେବ। ଯଦି ଇଲେକ୍ଟ୍ରୋନିକ୍ ସର୍କିଟ୍ ନଷ୍ଟ ହୋଇଥାଏ ତା’ହେଲେ ପୁନଃ ସକ୍ରିୟ ହୋଇପାରିବ ନାହିଁ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button