ରାଜ୍ୟ

ବଡ ଖବର: ସମଲିଙ୍ଗୀ ଯୋଡ଼ିଙ୍କୁ ପାତରଅନ୍ତର କରାଯାଇପାରିବ ନାହିଁ – Ibnodisha

[ad_1]

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବା ମାମଲାରେ ଆସିଲା ରାୟ । ସୁପ୍ରିମକୋର୍ଟଙ୍କ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠ ଆବେଦନର ଶୁଣାଣି କରି ରାୟ ପ୍ରକାଶ ଜାରି ରଖିଛନ୍ତି । ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ । ବିବାହକୁ ନେଇ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରଭୁକ୍ତ ନୁହେଁ । ଆଇନରେ ପରିବର୍ତ୍ତନ ଆଣିବା ସଂସଦଙ୍କ ଅଧିକାର ପରିସରରେ ଆସୁଛି । ତେଣୁ ସମଲିଙ୍ଗୀ ବିବାହକୁ ଆଇନମାନ୍ୟତା ଦେବା ସଂସଦ ଉପରେ ଛାଡ଼ି ଦିଆଯାଇଛି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବା ଚନ୍ଦ୍ରଚୂଡ କହିଛନ୍ତି ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପ୍ରସଂଗରେ ୪ଟି ନିଷ୍କର୍ସ ରହିଛି । ଏଥିରେ କିଛି ଅନୁମତି ଦେବା ସପକ୍ଷରେ ରହିଥିବା ବେଳେ କିଛି ରାୟ ବିପକ୍ଷରେ ଯାଇଛି । ସମସ୍ତଙ୍କର ଜୀବନ ସାଥି ଚୟନ କରିବାର ଅଧିକାର ରହିଛି  । ତେଣୁ ଏଥିପାଇଁ ସରକାର କମିଟି ଗଠନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି, ସମଲିଙ୍ଗୀ ବିବାହ ଚିନ୍ତାଧାରା କେବଳ ସହରରେ ସିମିତ ନାହିଁ ।  ଏମାନେ କୌଣସି ଇଂରାଜୀ କହୁଥିବା ଶ୍ବେତ ପୋଷାକଧାରୀ ନୁହନ୍ତି, ଯେଉଁମାନେ ସମଲିଙ୍ଗୀ ବିବାହକୁ ଅନୁମତି ଦେବାକୁ ଦାବି କରୁଛନ୍ତି । ବରଂ ଗାଁରେ କୃଷି କାର୍ଯ୍ୟ କରୁଥିବା ମହିଳା ମଧ୍ୟ ସମଲଙ୍ଗୀ ବିବାହ ପାଇଁ ଦାବି କରିପାରନ୍ତି । ସହରର ରହୁଥିବା ସମସ୍ତ ଲୋକଙ୍କୁ ସଙ୍କୀନ୍ନ ମାନସିକତା କହି ହେବ ନାହିଁ ବୋଲି କୋର୍ଟ କହିଛନ୍ତି ।

 

The post ବଡ ଖବର: ସମଲିଙ୍ଗୀ ଯୋଡ଼ିଙ୍କୁ ପାତରଅନ୍ତର କରାଯାଇପାରିବ ନାହିଁ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button