ଦେଶ
ସୁପ୍ରିମ୍କୋର୍ଟରୁ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଆଶ୍ୱସ୍ତି – Ibnodisha

[ad_1]
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଶୁକ୍ରବାର ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ପ୍ରମୁଖ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଦକ୍ଷତା ବିକାଶ ଘୋଟାଲା ମାମଲାରେ ପିଟିସନ୍ର ରାୟ ନଆସିବା ପର୍ଯ୍ୟନ୍ତ ଫାଇବର୍ନେଟ୍ ମାମଲାରେ ଚନ୍ଦ୍ରବାବୁଙ୍କୁ ଗିରଫ ନକରିବାକୁ ସର୍ବୋଚ୍ଚ ଅଦାଲତ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ବେଲା ଏମ୍ ତ୍ରିବେଦୀଙ୍କ ବେଞ୍ଚ୍ ଫାଇବର୍ନେଟ୍ ମାମଲାରେ ନାଇଡ଼ୁଙ୍କ ଅଗ୍ରୀମ ଜାମିନ ଉପରେ ୨୦୨୪ ଜାନୁଆରୀ ୯ ତାରିଖରେ ଶୁଣାଣି କରିବେ । କୋର୍ଟ କହିଛନ୍ତି, ଦକ୍ଷତା ବିକାଶ ଘୋଟାଲା ମାମଲା ସମ୍ବନ୍ଧିତ ପିଟିସନ୍ ଉପରେ ରାୟ ସଂରକ୍ଷିତ ରଖାଯାଇଛି । ତେଣୁ ରାୟ ଶୁଣାଯିବା ପରେ ଫାଇବର୍ନେଟ୍ ମାମଲାରେ ନାଇଡ଼ୁଙ୍କୁ ଅଗ୍ରୀମ ଜାମିନ ପିଟିସନ୍ ଉପରେ ଶୁଣାଣି କରାଯିବା ଉଚିତ ହେବ ।
[ad_2]