ଦେଶ

୨୦୧୮ରେ ୧୩ ଘଣ୍ଟା ବିଳମ୍ବରେ ଚାଲିଥିଲା ଟ୍ରେନ୍, ଏବେ ୬୦ ହଜାର ଟଙ୍କା ଜରିମାନା ଦେବାକୁ ରେଳବାଇକୁ ନିର୍ଦ୍ଦେଶ – Ibnodisha

[ad_1]

ନୂଆଦିଲ୍ଲୀ: ୨୦୧୮ରେ ‘ଚେନ୍ନାଇ-ଆଲ୍ଲେପ୍ପି ଏକ୍ସପ୍ରେସ୍‌’ ୧୩ ଘଣ୍ଟା ବିଳମ୍ବରେ ଚାଲିବାରୁ ଜଣେ ଯାତ୍ରୀ ସମ୍ମୁଖୀନ ହୋଇଥିବା ଅସୁବିଧାର କ୍ଷତିପୂରଣ ବାବଦକୁ ୬୦ ହଜାର ଟଙ୍କା ଦେବା ପାଇଁ ଶୁକ୍ରବାର ଦିନ ଖାଉଟି ଅଦାଲତ ଭାରତୀୟ ରେଳବାଇକୁ ଆଦେଶ ଦେଇଛନ୍ତି। କଥା ହେଉଛି, କାର୍ତ୍ତିକ ମୋହନ ନାମକ ବ୍ୟକ୍ତି ଚେନ୍ନାଇର ‘ବସ୍ ଲିମିଟେଡ୍‌’ରେ ଡେପୁଟି ମ୍ୟାନେଜର୍ ଭାବେ କାର‌୍ୟ୍ୟ କରନ୍ତି। ୨୦୧୮ ମେ ୬ ତାରିଖ ଦିନ ସେ ଏର୍ଣ୍ଣାକୁଲମ୍‌ରୁ ଚେନ୍ନାଇ ଯାଉଥିଲେ। ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ ବୈଠକ ଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବା ଲାଗି ସେ ସେହି ଅନୁସାରେ ଯାତ୍ରା ତାରିଖ ଓ ସମୟ ଚୟନ କରି ଟିକେଟ୍ ବୁକ୍ କରିଥିଲେ।
ଟ୍ରେନ୍ ଯେ ଖାଲି ନିର୍ଦ୍ଧାରିତ ସମୟରେ ପହଞ୍ଚିଲା ନାହିଁ, ତାହା ନୁହେଁ, ଏହି ଘଟଣାକୁ ରେଳବାଇ କର୍ତ୍ତୃପକ୍ଷମାନେ ଖାମ୍‌ଖିଆଲି ଭାବେ ଗ୍ରହଣ କଲେ। ଯାତ୍ରୀମାନଙ୍କୁ ବିଳମ୍ବ ବା ଯାତ୍ରା ସମୟ ପରିବର୍ତ୍ତନ ବିଷୟରେ ସୂଚନା ଦେଲେ ନାହିଁ କି, ବିକଳ୍ପ ବ୍ୟବସ୍ଥା ବି କଲେ ନାହିଁ ବୋଲି ଖାଉଟି ଅଦାଲତରେ ମୋହନ ଅଭିଯୋଗ କରିଥିଲେ। କିନ୍ତୁ, ରେଳବାଇ ଏହାକୁ ଅସ୍ୱୀକାର କରିବା ସହିତ କାର୍ତ୍ତିକ ମୋହନ ଓ କେତେକ ‘ନିଟ୍‌’ ପରୀକ୍ଷାର୍ଥୀଙ୍କ ସମେତ ଅନ୍ୟ ଯାତ୍ରୀମାନଙ୍କର ସମସ୍ୟା ପ୍ରତି ଧ୍ୟାନ ଦେଇ ନ ଥିଲା। ତେଣୁ, ଯାତ୍ରାଗତ ଅସୁବିଧା, ମାନସିକ ଉଦ୍‌ବିଗ୍ନତା, ଶାରୀରିକ କଷ୍ଟ ଓ ଆର୍ଥିକ କ୍ଷତି କଥା ବିଚାରକୁ ନେଇ ଖାଉଟି ଅଦାଲତ କାର୍ତ୍ତିକ ମୋହନଙ୍କୁ କ୍ଷତିପୂରଣ ବାବଦରେ ରେଲୱେକୁ ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button