ଦେଶ

ଦୀପାବଳି ଉପହାର: ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଆକାଉଣ୍ଟରେ ଆରମ୍ଭ ହେଲା ସୁଧ ଜମା ପ୍ରକ୍ରିୟା – Ibnodisha

[ad_1]

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ନିକଟରେ କରାଯାଇଥିବା ଘୋଷଣା ଅନୁଯାୟୀ ଭବିଷ୍ୟନିଧି ପାଣ୍ଠି (ପିଏଫ୍‌) ଆକାଉଣ୍ଟରେ ସୁଧ ଜମା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଇପିଏଫଓ ୨୪ କୋଟିରୁ ଅଧିକ ଆକାଉଣ୍ଟରେ ସୁଧ ଜମା କରିସାରିଛି।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ୍‌ ଆକାଉଣ୍ଟର ଜମା ଉପରେ ସୁଧ ହାର ୮.୧୫ ପ୍ରତିଶତ ରହିଛି। ଇପିଏଫ୍‌ ଆକାଉଣ୍ଟରେ ସୁଧ ଜମା କରିବାର ସମୟସୀମା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଯାଇ ଇପିଏଫ୍‌ଓ ସ୍ପଷ୍ଟ କରିଛି ଯେ ‘ଏହି ପ୍ରକ୍ରିୟା ଏବେ ଚାଲିଛି ଏବଂ ଖୁବ୍‌ ଶୀଘ୍ର ଏହା ଜମାଖାତାରେ ପ୍ରତିଫଳିତ ହେବ। ଥରେ ସୁଧ ଜମା ହେବା ପରେ, ଏହାକୁ ସଂଗୃହୀତ କରି ସମ୍ପୂର୍ଣ୍ଣ ପରିଶୋଧ କରାଯିବ, ଯାହା ଦ୍ୱାରା ସୁଧର କୌଣସି କ୍ଷତି ହେବ ନାହିଁ।’ ଏଥିପାଇଁ ଜମାକାରୀମାନଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button