ଦେଶ

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ – Ibnodisha

[ad_1]

ଝାଡ଼ଖଣ୍ଡ : ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ରାତି ଅଧରେ ଏକ ଗଛରେ ପିଟି ହେଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଥିବା ବେଳେ ଗାଡ଼ିର ଚକ ବାହାରି ପଳାଇଥିଲା। ଫଳରେ ଯେ ଗାଡ଼ିରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ବିରନୀ ଥାନା ଅଧୀନ ଲୁକୈୟାରେ ହୋଇଛି। ଝାଡ଼ଖଣ୍ଡର ବିରନୀ ଥୋରିଆରୁ ଗିରିଡିହର ଡିକୋଡିହ ଅଞ୍ଚଳକୁ ଏକ ସ୍କର୍ପିଓରେ ୫ ଜଣ ଆସୁଥିଲେ। ମାତ୍ର ଗାଡ଼ିଟି ବିଳମ୍ବିତ ରାତି ପ୍ରାୟ ୩ ଟା ବେଳେ ଲୁକୈୟା ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଡ୍ରାଇଭର ଗାଡ଼ିରୁ ନିୟନ୍ତ୍ରଣ ହରାଇ ବସିଲେ। ଫଳରେ ଗାଡ଼ିଟି ଏକ ଗଛରେ ଜୋରରେ ପିଟି ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରେ ଥିବା ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ପାଇ ମୃତକଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପରିବେଶ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button