ଲାଇଭ୍ ଶୋ’ ଚାଲିଥିବା ସମୟରେ ୟୁକ୍ରେନ ଷ୍ଟ୍ରାଇକରେ ଜୀବନ ହରାଇଲେ ରୁଷିଅ ଅଭିନେତ୍ରୀ – Ibnodisha
[ad_1]
ନୂଆଦିଲ୍ଲୀ: ଲାଇଭ୍ ଶୋ’ ଚାଲିଥିବା ସମୟରେ ୟୁକ୍ରେନ ଷ୍ଟ୍ରାଇକରେ ଜୀବନ ହରାଇଛନ୍ତି ଋଷର ଜଣେ ଅଭିନେତ୍ରୀ । ଋଷ ଅଧିକାରରେ ଥିବା ୟୁକ୍ରେନର ଏକ ସ୍ଥାନରେ ସେନା ମାନଙ୍କ ପାଇଁ ସଂଗୀତ ପରିବେଷଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଅଭିନେତ୍ରୀ ଜଣକ ମଞ୍ଚ ଉପରେ ଗୀତ ଗାଉଥିବା ସମୟରେ ହଟାତ ବୋମା ବିସ୍ପୋରଣ ହୋଇଥିଲା । ଯେଉଁଥିରେ କେହି କିଛି ବୁଝିବା ଆଗରୁ ଅନେକ ଲୋକଙ୍କର ଜୀବନ ଚାଲି ଯାଇଥିଲା । ପୀଡିତା ପୋଲିନା ମେନଶିଖ ନାମକ ଅଭିନେତ୍ରୀ ଜଣକ ଥିଏଟରରେ ଅଭିନୟ କରନ୍ତି ।
ତାଙ୍କ ଥିଏଟର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଡୋନାବାସ ଅଞ୍ଚଳରେ ଏହି ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ୧୯ ନଭେମ୍ବରରେ ଏହି ଘଟଣା ଘଟିଥିବା ଉଭୟ ପକ୍ଷର ସେନା ପକ୍ଷରୁ ଘଟଣା ସମ୍ପର୍କରେ ସୁନିଶ୍ଚିତ କରାଯାଇଛି । ଋଷ ସେନା ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ସ୍ଥାନୀୟ ମିଡ଼ିଆ ରିପୋର୍ଟ କରିଛି ଯେ, ୬୦ କିଲୋମିଟର ଦୂରରୁ ଏହି ମିଶଇଳ ମାଡ଼ କରାଯାଇଥିଲା । ଅଜ୍ଞାତ ଅନୁସନ୍ଧାନକାରୀ କହିଛନ୍ତି ଯେ ଜଣେ ସାଧାରଣ ନାଗରିକ, ଯାହାଙ୍କ ବିଷୟରେ ସେ ଅଧିକ ବିବରଣୀ ଦେଇନାହାଁନ୍ତି, ତାଙ୍କୁ ହତ୍ୟା କରାଯାଇଛି କିନ୍ତୁ ସୈନିକଙ୍କ ହତାହତ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ । ତେବେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘଟଣାରେ ମନ୍ତବ୍ୟ ଦେବାକୁ ମନା କରିଦେଇଛି ଏବଂ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି କୁହାଯାଇଛି ।
[ad_2]