ଦେଶ

‘ଇଣ୍ଡିଗୋରେ କେବେ ବି ଟ୍ରାଭେଲ କରିବି ନାହିଁ’: କପିଲ ଶର୍ମା – Ibnodisha

[ad_1]

ନୂଆଦିଲ୍ଲୀ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା ଏବେ ଟ୍ଵିଟକୁ ନେଇ ଚର୍ଚ୍ଚାରେ । ଇଣ୍ଡିଗୋ ବିମାନର ସର୍ଭିସକୁ ନେଇ କପିଲ ଶର୍ମା ଟ୍ଵିଟ୍‌ କରିଛନ୍ତି । ଇଣ୍ଡିଗୋ ବିମାନର ପାଇଲଟଙ୍କୁ ଘଣ୍ଟେ ଯାଏ ଅପେକ୍ଷା କରିବା ଯୋଗୁଁ ରାଗିବା ସହିତ ଭିଡିଓ ସେୟାର କରିଛନ୍ତି ।

ସୋସିଆଲ ମିଡିଆରେ କପିଲଙ୍କ ଏହି ଟ୍ଵିଟ୍‌ ଏବେ ଭାଇରଲ ହେବାରେ ଲାଗିଛି । ସେ ଲେଖିଛନ୍ତି, ‘ଆପଣ ପ୍ରଥମେ ୫୦ ମିନିଟ ପର୍ଯ୍ୟନ୍ତ ବସରେ ଅପେକ୍ଷା କରାଇଲେ, ଏହାପରେ ଆପଣଙ୍କ ପାଇଲଟ ଟ୍ରାଫିକରେ ଫସିଯାଇଥିଲେ ବୋଲି ଜଣାଇଲେ… ସତରେ… । ଆମେ ୮ଟାରେ ଟେକଅଫ କରିବାର ଥିଲା କିନ୍ତୁ ଏବେ ୯.୨୦ ହୋଇଗଲାଣି… । ବିମାନ କକ୍‌ପିଟରେ ଜଣେ ମଧ୍ୟ ପାଇଲଟ ନାହାନ୍ତି । ତେବେ ବିମାନରେ ଯାତ୍ରା କରିବାକୁ ଥିବା ୧୮୦ ଯାତ୍ରୀ କ’ଣ ଆଉ ବିମାନରେ ଯାତ୍ରା କରିବେ ?

କପିଲଙ୍କ ଏହି ଟ୍ଵିଟରେ ଲୋକ ସପୋର୍ଟ କରିବା ସହିତ କମେଣ୍ଟ ମଧ୍ୟ କରୁଛନ୍ତି । କପିଲ ଏହି ଯାତ୍ରା ସମୟରେ ବିରକ୍ତି ହୋଇଥିବା ଟ୍ଵିଟରୁ ସ୍ପଷ୍ଟ ଭାବେ ଜଣାପଡୁଛି । କିଛି ଲୋକ ସପୋର୍ଟ କରୁଥିବା ବେଳେ କିଛି ମଜାଳିଆ କମେଣ୍ଟ ଦେଉଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button