ରାଜ୍ୟ

ରେଳମନ୍ତ୍ରୀଙ୍କୁ ଭେଟି ଖନ୍ତାପଡ଼ା ରେଲୱେ ଷ୍ଟେସନର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କଲେ ବିଧାୟକ – Ibnodisha

[ad_1]

ନୀଳଗିରି: ନୀଳଗିରି ବିଧାୟକ ସମେତ ଓଡ଼ିଶାର ୨୧ଜଣ ବିଜେପି ବିଧାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଗତ ବୁଧବାର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦିଲ୍ଲୀସ୍ଥିତ ମାଟିଘର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ସମସ୍ତ ବିଜେପି ବିଧାୟକ ଯୋଗ ଦେଇଥିବା ବେଳେ ଅନେକ କେନ୍ଦ୍ରୀୟ ନେତା ଓ ମନ୍ତ୍ରୀ ଯୋଗଦାନ କରିଥିଲେ। ପରେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ କେନ୍ଦ୍ର ରେଳ ତଥା ଆଇ.ଟି ମନ୍ତ୍ରୀ ଅଶ୍ଵିନୀ କୁମାର ବୈଷ୍ଣବଙ୍କୁ ଭେଟି ଖନ୍ତାପଡା ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ସମ୍ପର୍କରେ ଚିଠି ଲେଖି ଅବଗତ କରିଛନ୍ତି।

ଦୈନନ୍ଦିନ ଶହଶହ ସଂଖ୍ୟାରେ ଯାତ୍ରୀ ଉକ୍ତ ଷ୍ଟେସନରୁ ଭୁବନେଶ୍ୱର ସମେତ କଟକ ବଡ଼ଡ଼ାକ୍ତରଖାନା ଏବଂ ହାଇକୋର୍ଟକୁ ଯାଇଥାନ୍ତି। ତେଣୁ ବାରିପଦା ବାଙ୍ଗିରୀପୋଷୀରୁ ଯାଉଥିବା ଫାଷ୍ଟ ପ୍ୟାସେଞ୍ଜରକୁ ଖନ୍ତାପଡା ଠାରେ ରହଣି କରିବା ଏତଦ୍ ଭିନ୍ନ ଉକ୍ତ ଷ୍ଟେସନଟି ଉତ୍ତର ଓଡ଼ିଶାର ଦୁଇଟି ପ୍ରମୁଖ ଦର୍ଶନୀୟ ସ୍ଥାନ ପଞ୍ଚଲିଙ୍ଗେଶ୍ଵର ଏବଂ ଇଞ୍ଚୁଡ଼ି ଅବସ୍ଥିତ ଥିବାରୁ ଉକ୍ତ ଷ୍ଟେସନରେ ଏହି ଟ୍ରେନ ରହିବା ଅନିର୍ବାର୍ଯ୍ୟ । ଏଥିସହ ଷ୍ଟେସନରେ ଏକ ରେଲୱେ ଓଭରବ୍ରିଜ ନିର୍ମାଣ କରିବା , ଉକ୍ତ ଷ୍ଟେସନ ଦେଇ ଯାଇଥିବା ରାସ୍ତାଟି ମୋଟରଯାନ ଯିବା ଆସିବା କରିବା ପାଇଁ ଉପଯୁକ୍ତ ନୁହେଁ ଯାହାଦ୍ଵାରା ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ୧୬ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଉକ୍ତ ରାସ୍ତାକୁ ଦୋହରିକରଣ କରି ନୂତନ ରାସ୍ତା ନିର୍ମାଣ କରିବାକୁ ଚିଠି ଲେଖି ଅବଗତ କରିଛନ୍ତି। ତୁରନ୍ତ ଦୃଷ୍ଟିଦେଇ ଏସବୁ ସମସ୍ୟାର ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବଙ୍କୁ ବିଧାୟକ ଶ୍ରୀ ନାୟକ ଅନୁରୋଧ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button