ଅପରାଧ

ଶଶୁର ଘର ନିପାତ କରିଦେଲା ଜ୍ୱାଇଁ – Ibnodisha

[ad_1]

ମୁମ୍ବାଇ: ପାରିବାରିକ ବିବାଦରୁ ଗଣହତ୍ୟାକୁ ରୂପ ଦେଲା ଜ୍ୱାଇଁ । ଏପରି କି ବାଦ ପଡିଲେନି ସ୍ତ୍ରୀ । ଶଶୁର ଘର ପରିବାର ୫ ଜଣଙ୍କୁ ହତ୍ୟା କଲା । ସ୍ତ୍ରୀ ସମେତ ଶାଶୁ, ଶଶୁର ଓ ଦୁଇ ଶଳାଙ୍କୁ ହତ୍ୟା କରିଛି ନୃଶଂସ ଜ୍ୱାଇଁ । ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ମହାରାଷ୍ଟ୍ରର ୟଭତମାଲରେ ଦେଖିବାକୁ ମିଳିଛି । ଗତକାଲି ରାତିରେ ଏହି ଗଣହତ୍ୟାକାଣ୍ଡ ଘଟିଛି । ପୋଲିସ ଆଜି ସକାଳେ ଅଭିଯୁକ୍ତକୁ ଗିରଫ କରିଛି । ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଜେରା କରୁଛି । ପ୍ରାଥମିକ ତଦନ୍ତରେ ଏହି ହତ୍ୟାକାଣ୍ଡର ପଛରେ ପାରିବାରିକ ବିବାଦ ଥିବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରିରେ ୟାଭତମାଲ ଜିଲ୍ଲାର କଲାମବା ତାଲୁକର ତିରାଜଡା ଗ୍ରାମରେ ଏହି ଘଟଣା ଘଟିଛି । ଅଭିଯୁକ୍ତଙ୍କ ଜ୍ୱାଇଁ ୪୦ ବର୍ଷୀୟ ଗୋବିନ୍ଦା ବିର୍ଜୁଚାନ୍ଦ ପାୱାର ଘରୋଇ କଳିରୁ ନିଜ ପତ୍ନୀ ଓ ଶଶୁର ଘର ପରିବାରର ୫ ଜଣଙ୍କୁ ହତ୍ୟା କରିଛି । ଅଭିଯୁକ୍ତକୁ ଗତକାଲି ରାତିରେ ହିଁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ପ୍ରାଥମିକ ତଦନ୍ତ ପରେ ଜଣାପଡିଥିଲା ଯେ, ପତ୍ନୀଙ୍କୁ ହଇରାଣ କରିବା ଅଭିଯୋଗରେ ଜ୍ୱାଇଁ ଗୋବିନ୍ଦଙ୍କୁ ତାଙ୍କ ଶଶୁରଘର ସମ୍ପର୍କୀୟମାନେ ମାଡ ମାରିଥିଲେ । ଫଳରେ ସେ କ୍ରୋଧିତ ହୋଇ ଉଠିଥିଲା ।

ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜ ଶାଶୁ ଶଶୁର ଓ ଦୁଇ ଶଳାଙ୍କୁ ମିଶାଇ ମୋଟ ପାଞ୍ଚ ଜଣଙ୍କୁ ଶାବଳରେ ପିଟି ହତ୍ୟା କରିଥିଲା । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଭିଯୁକ୍ତ ଗୋବିନ୍ଦର ଶ୍ୱଶୁର ପଣ୍ଡିତ ଘୋସଲେ (୫୫), ଦୁଇ ଶଳା ନାନା ଘୋସଲେ (୩୨), ସୁନୀଲ ଘୋସଲେ (୨୫) ଓ ଅଭିଯୁକ୍ତର ପତ୍ନୀ ରେଖା ପାୱାର (୩୦) ଅଛନ୍ତି । ଅନ୍ୟପଟେ ଶାଶୁ ରୁଖମା ଭାସଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଆହତ ହୋଇ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି । ଅଭିଯୁକ୍ତକୁ ପ୍ରାଥମିକ ଜେରା ପରେ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button