ରାଜନୀତି

ପୁଣି ବିକାଶ ବିରୋଧୀଙ୍କୁ ପାଣ୍ଡିଆନଙ୍କ ତେରେଛା ବାଣ – Ibnodisha

[ad_1]

ଯୋରନ୍ଦା ମହିମା ଗାଦିର ବିକାଶ ରୋକିବା ଲାଗି ହୋଇଥିଲା ଚକ୍ରାନ୍ତ
ମହିମା ଧର୍ମର ୪-S ନୀତି କହିଲେ
୪-S ର ପ୍ରତୀକ ଖୋଦ ମୁଖ୍ୟମନ୍ତ୍ରୀ
ସବୁ ମହିମା ଗାଦିର ହେବ ଉନ୍ନତି

ଭୁବନେଶ୍ୱର : ବହୁତ ଲୋକ ଅଛନ୍ତି ଶ୍ରେୟ ନେବା ପାଇଁ କାମ କରନ୍ତି । କିଛି ଲୋକ ଅଛନ୍ତି ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି ସେଥିପାଇଁ କାମ ବନ୍ଦ କରିବାକୁ ଚେଷ୍ଟା କରନ୍ତି । ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ । କିନ୍ତୁ ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଶ୍ରେୟ ନେବା ପାଇଁ ନୁହେଁ, ବରଂ ସେବା ମନୋଭାବ ନେଇ କାମ କରନ୍ତି । ସେହି ବହୁତ କମ ଲୋକଙ୍କ ମଧ୍ୟରେ ଜଣେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିକାଶ ବିରୋଧୀଙ୍କୁ ଏପରି ତେରେଚ୍ଛା ତୀର ମାରିଛନ୍ତି ଫାଇଭ-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଫାଇଭ ଟି ଅଧ୍ୟକ୍ଷ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଗତ ମେ ୨୯ ତାରିଖରେ ମହିମାଗାଦିର ଉନ୍ନତୀକରଣ ପାଇଁ ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ ଓ ଆଲୋଚନା କରିଥିଲେ । ମହିମାଗାଦିର ଉନ୍ନତି ପାଇଁ କ’ଣ କ’ଣ ଆବଶ୍ୟକ ସେନେଇ ଜାଣିବାକୁ ଚାହିଁଥିଲେ । ପରେ ତିନି ଥର ମହିମା ସାଧୁମାନେ ଭୁବନେଶ୍ବର ନବୀନ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆସି ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସାଧୁମାନଙ୍କ ଇଚ୍ଛାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମାଗାଦିର ରୂପାନ୍ତରଣର ପାଇଁ ପ୍ରାୟ ୧୬୦ କୋଟି ଟଙ୍କା ମଂଜୁର କରିଛନ୍ତି । ପ୍ରକଳ୍ପର ଅଟକଳ ୧୧୨ କୋଟି ରହିଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ମିଶି ମୋଟ୍ ୧୬୦ କୋଟି ଟଙ୍କା ହେବ ।

ମହିମାଗାଦିର ଉନ୍ନତୀକରଣ ପରିପ୍ରେକ୍ଷୀରେ ଆଜି ଏଠାରେ ୪ S ନୀତି ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ। ସେ କହିଥିଲେ, ଯେବେ ଗୋଟେ ବଡ଼ କାମ କରିବାକୁ ପଡ଼େ କିଛି ଲୋକ କାମକୁ ବିରୋଧ କରନ୍ତି । ଏଠାରେ ମଧ୍ୟ ବିକାଶ କାମକୁ ବିରୋଧ କରି ଏହି କାମ କରାଇ ନଦେବାକୁ ଚେଷ୍ଟା କରିଥିଲେ । ଏତେ ଖର୍ଚ୍ଚ କରି ବିକାଶ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ମଧ୍ୟ ଲେଖିଥିଲେ । କାହିଁକି ଏତେ ଖର୍ଚ୍ଚ ହେବ ଏବଂ କାମ ହେଲେ କ’ଣ ଲାଭ ହେବ ବୋଲି କହି କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ହେଲେ ମହିମା ଧର୍ମକୁ ବହୁତ ଭଲ ପାଉଥିବା ଓ ବହୁତ ସମ୍ମାନ ଦେଉଥିବା ମୁଖ୍ୟମନ୍ତ୍ରୀ ଏସବୁକୁ ଗୁରୁତ୍ବ ନଦେଇ ଓଡ଼ିଶା ମାଟିରେ ଜନ୍ମ ନେଇ ଦୁନିଆକୁ ସ୍ବଚ୍ଛତା, ସରଳତା, ସମାନତା ଏବଂ ନିଃସ୍ବାର୍ଥ ସେବା ବାର୍ତ୍ତା ଦେଇଥିବା ମହିମା ଧର୍ମକୁ ଆଗେଇ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହି ଚାରିଟି ଯାକ ‘ସ’ର ପ୍ରତୀକ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ମଧ୍ୟ ସେ କହିଥିଲେ । ଏହାକୁ ଲକ୍ଷ୍ୟରେ ରଖି ଯୋରନ୍ଦା ମହିମା ଗାଦି ସହ ଏହି ପ୍ରକଳ୍ପ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ।

ସାରା ରାଜ୍ୟରେ ରହିଥିବା ୧୦୫ଟି ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୮୩୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ମହିମା ମନ୍ଦିରର ରୂପାନ୍ତରଣକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଯେବେ ଯେବେ ଜିଲ୍ଲା ଗସ୍ତରେ ଯାଇଥାଆନ୍ତି ମୁଖ୍ୟମନ୍ତୀ ପଚାରନ୍ତି ସେହି ସବୁ ଜିଲ୍ଲାରେ ମହିମା ମନ୍ଦିର ପାଇଁ କିଛି ପ୍ରସ୍ତାବ ଆସିଛି କି ! ଶୁଣିସାରିବା ପରେ ତୁରନ୍ତ ପଦକ୍ଷେପ ନେଇଥାଆନ୍ତି । ସବୁ ଜାଗାରେ ଥିବା ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜନୀତିକୁ ଆସିବାପରେ ବିଭିନ୍ନ ସଭାରେ ୫-ଟି ଅଧ୍ୟକ୍ଷ ବରାବର ବିକାଶ ବିରୋଧୀଙ୍କୁ ସମାଲୋଚନା କରିଆସିଛନ୍ତି । ବିଭିନ୍ନ କ୍ଷେତ୍ରରେ ଓଡିଶାର ବିକାଶକୁ ମୂଳମନ୍ତ୍ର କରି ଆସିଥିବା କାର୍ତ୍ତିକ ପାଣ୍ଡିଆନ ନିରନ୍ତର ଭାବେ ବିକାଶ ବିରୋଧୀଙ୍କ ଉଦ୍ୟମକୁ ପଣ୍ଡ କରିଆସିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button