ଅପରାଧ

ବୀଭତ୍ସ ହତ୍ୟାକାଣ୍ଡ : ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲେ ଯୁବକ – Ibnodisha

[ad_1]

ନବରଙ୍ଗପୁର: ତେଲ ନଦୀ ପେଙ୍ଗୁସାଇରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ରାମସିଂ ଜାନୀ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ନରେଶ ଧରୁଆ ନାମକ ଜଣେ ବ୍ୟକ୍ତି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାଇ , ରାମସିଂ ଜାନୀ କଷାଗୁମୁଡ଼ା ବ୍ଳକ ଦମାପଲା ଗାଁର । ଜଗଦଲପୁର ନିଆମାର ଗାଁର ନରେଶ ଧରୁଆଙ୍କ ଶଶୁର ଘର ମଧ୍ୟ ସେହି ପେଙ୍ଗୁସାଇରେ। କିଛି ଦିନ ତଳେ ସେ ମଧ୍ୟ ତାଙ୍କ ପରିବାର ସହ ଶଶୁର ଘରକୁ ଆସିଥିଲେ। ଗତକାଲି ସଂଧ୍ୟାରେ ଦୁହେଁ ମିଶି କୁଆଡ଼େ ଯାଉଥିବାର ଲୋକମାନେ ଦେଖିଥିଲେ। ରାତିରେ ଦୁହେଁ ଘରକୁ ନ ଫେରିବାରୁ ଦୁହିଁଙ୍କ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇନଥିଲେ। ଆଜି ସକାଳୁ ତେଲନଦୀ ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ନାଙ୍ଗଲସିଲ ନାଳରେ ରାମସିଂର ମୃତଦେହ ପଡ଼ିଥିବାର ଦେଖି କିଛି ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରାମସିଂଙ୍କର ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button