ଦେଶ

ଟ୍ରେନରେ ଅଗ୍ନିକାଣ୍ଡ ୫ ମୃତ – Ibnodisha

[ad_1]

ଢାକା: ବେନାପୋଲ୍‌ ଏକ୍ସପ୍ରେସର ଅତିକମ୍‌ରେ ୪ଟି ବଗି ଜଳିଯାଇଛି। ବାଂଲାଦେଶରେ ଆଜି ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟି ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।  ଟ୍ରେନଟି ଦେଶର ପଶ୍ଚିମାଞ୍ଚଳରେ ଥିବା ସହର ଜେସୋରରୁ ରାଜଧାନୀ ଢାକାକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ତେବେ ଆସନ୍ତା ରବିବାର ଦେଶରେ ନିର୍ବାଚନ ଥିବାରୁ ଦେଶରେ ଅସ୍ଥିରତା ଲାଗି ରହିଛି। ବିରୋଧୀ ଦଳ ନିର୍ବାଚନକୁ ବର୍ଜନ କରିଛି। ତେଣୁ ଟ୍ରେନ୍ ଅଗ୍ନିକାଣ୍ଡ ଏକ ଷଡ଼୍‌ଯନ୍ତ୍ର ବୋଲି ଅନୁମାନ କରାଯାଉଛି। ଟ୍ରେନରୁ ୫ଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ପୁଲିସ କମାଣ୍ଡର ଖଣ୍ଡକେର ଅଲ ମୋଇନ୍ ସୂଚନା ଦେଇଛନ୍ତି। ଢାକାର ଗୋପୀବାଗ ଅଞ୍ଚଳରେ ଟ୍ରେନରେ ନିଆଁ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଉକ୍ତ ଟ୍ରେନରେ କିଛି ଭାରତୀୟ ଯାତ୍ରା କରୁଥିବା କୁହାଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button