ରାଜନୀତି

ରାହୁଲ ଗାନ୍ଧିଙ୍କୁ ନିଶ୍ଚେ ଗିରଫ କରାଯିବ : ହିମନ୍ତ ବିଶ୍ବ ଶର୍ମା – Ibnodisha

[ad_1]

 ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବାହାର କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁିଆ ବଢିବାରେ ଲାଗିଛି । ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀଙ୍କ ସମେତ ଏକାଧିକ ଦଳୀୟ ନେତାଙ୍କ ବିରୋଧରେ ଆସାମରେ ମାମଲା ରୁଜୁ ହୋଇଛି । ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବେଳେ ଗୌହାଟୀରେ ପୋଲିସକୁ ଆକ୍ରମଣ କରିବା ଓ ଭିଡକୁ ହିଂସା ପାଇଁ ଉତ୍ତେଜିତ କରିବା ପରି ସଙ୍ଗୀନ ଅଭିଯୋଗରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ନିଶ୍ଚେ ଗିରଫ କରାଯିବ । ତାଙ୍କ କହିବା କଥା ଯେ, ଆସାମରେ ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଶେଷ ଭୂମିକା ରହିଛି। ରାହୁଲଙ୍କ ବିରୋଧରେ ଆମେ ଏଫ୍‌ଆଇଆର୍‌ କରିଛୁ। ଅଭିଯୋଗର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ରାହୁଲଙ୍କୁ ଏବେ ଗିରଫ କଲେ, ସେମାନେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବେ। କିଛି ମାସ ଭିତରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶେଷ ହେବା ପରେ ତାଙ୍କୁ ଗିରଫ କରାଯିବ। ଆସାମ ପୋଲିସ ମହାନିର୍ଦ୍ଦେଶକ ଜି.ପି. ସିଂ କହିଛନ୍ତି, ରାହୁଲଙ୍କ ମାମଲା ସିଆଇଡିକୁ ସ୍ଥାନାନ୍ତର କରାଯାଇଛି। ଏସବୁ ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ। ସେ କହିଛନ୍ତି, ହିମନ୍ତ ମୋ ବିରୋଧରେ ମାମଲା ରୁଜୁ କରିବା ବୁଦ୍ଧି କେଉଁଠୁ ପାଇଲେ, ତାହା ମୋତେ ଜଣାନାହିଁ। ଭାଜପା ଶାସିତ ଆସାମ ସରକାର ମୋ ବିରୋଧରେ ଯେତେ ଅଧିକ ସମ୍ଭବ ମାମଲା ରୁଜୁ କରନ୍ତୁ। ୨୫ ଏଫ୍‌ଆଇଆର୍‌ କଲେ ବି ଭୟଭୀତ ହେବାର ନାହିଁ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button