ରାଜ୍ୟ

ଆଜି ଦାୟିତ୍ବ ନେବେ ଟ୍ବିନି ସିଟି ନୂତନ ପୋଲିସ କମିଶନ ସଞ୍ଜୀବ ପଣ୍ଡା – Ibnodisha

[ad_1]

ଭୁବନେଶ୍ବର: ଟ୍ବିନି ସିଟିର ନୂଆ କମିଶନର ଭାବେ ଆଜି ଦାୟିତ୍ବ ଗ୍ରହଣ କରିବେ ଏଡିଜି ସଞ୍ଜୀବ ପଣ୍ଡା । ଡାଇରେକ୍ଟର ଅଫ ଇଣ୍ଟେଲିଜେନସରୁ ଏବେ ସିଧା ଟ୍ବିନସିଟି ଭାର ସମ୍ଭାଳିବେ ସଞ୍ଜୀବ ପଣ୍ଡା । ନୂତନ କମିଶନରଙ୍କ ପାଇଁ କଣ ରହିବ ଚ୍ୟାଲେଞ୍ଜ ସେନେଇ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଦେଇଛନ୍ତି ବଡ ବୟାନ । ରାଜନୈତିକ ହିଂସା ରୋକିବା ନୂତନ କମିଶନରଙ୍କ ପାଇଁ ମୁଖ୍ୟ ଚାଲେଞ୍ଜ ହେବ ବୋଲି କହିଛନ୍ତି ସଞ୍ଜୀବ ମାରିକ ।

ସଞ୍ଜୀବ ମାରିକ କହିଛନ୍ତି, ”କିଛି ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବ । ଏବେଠୁ ପଡିଲାଣି ନିର୍ବାଚନର ପ୍ରଭାବ । କାରଣ ବିଭିନ୍ନ ରାଜନୈତିକ ଦଳ ଭିତରେ ଚାଲିଲାଣି ପଲଟିକାଲ ଓ୍ବାର ଓ ଛକାପଞ୍ଝା । କିଛି ଦିନ ତଳେ ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାସ୍ତାରେ ଅଟକାଇଥିଲେ କିଛି ବିରୋଧି ଗୋଷ୍ଠୀ । ଗତ ପୌର ନିର୍ବାଚନ ସମୟରେ ସେ ଏକ ଘର ଭିତରେ ଥିବା ବେଳେ ବାହାରେ ତାଲା ପକାଇ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଗତ କିଛି ଦିନ ତଳେ ମଞ୍ଚେଶ୍ବର ଥାନା ଇଞ୍ଜଣା ପଞ୍ଚାୟତରେ ରାଜନୈତିକ ଛକାପଞ୍ଝା ନେଇ ପଥର ମାଡ ସହ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୫୪ଜଣ ମହିଳା ଓ ୮୯ଜଣ ପୁରୁଷଙ୍କୁ ଗିରଫ କରି ଏକ ପ୍ରକାର ଉକ୍ତ ଅଞ୍ଚଳକୁ ପୁରୁଷ ଶୂନ୍ୟ କରିଥିଲା ପୋଲିସ । ପୌର ନିର୍ବାଚନରେ ମଧ୍ୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥାନା ସାମ୍ନାରେ ଦୁଇ ରାଜନୈତିକ ଦଳର କର୍ପୋରେଟର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ହୁଲୁସ୍ତୁଲ ହୋଇଥିଲା ଭୁବନେଶ୍ବର । ଏ ତମାମ ଘଟଣା ଦେଖିଲେ ବର୍ତ୍ତମାନ ରାଜନୈତିକ ମାହୋଲ ଗରମ ରହିଛି । ଏସବୁ ଭିତରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଶାନ୍ତ୍ବନା ଓ ଆଶ୍ବାସନା ସହ ପରିସ୍ଥିତି ଅଣାୟତ୍ତ ହେଲେ ଏହାକୁ ନିୟନ୍ତ୍ରଣ କରି ଉଚିତ ସମୟରେ ନିଷ୍ପତ୍ତି ସହ ଭଲ ସମ୍ପର୍କ ବଜାୟ ରଖିବା ନୂଆ କମିଶନରଙ୍କ ପାଇଁ ବଡ ଚାଲେଞ୍ଜ ହେବ।”

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button