ରାଜ୍ୟ

ଖସୁଛି ପାରଦ ବଢୁଛି ଶୀତ – Ibnodisha

[ad_1]

ଭୁବନେଶ୍ୱର : ଖସୁଛି ପାରଦ ବଢୁଛି ଶୀତର ପରିମାଣ। ଏହାସହିତ ବିଭିନ୍ନ ରାଜ୍ୟରେ କୁହୁଡ଼ି ର ପରିମାଣ ବଢୁଛି । ଏହାଯୋଗୁଁ ଲୋକମାନଙ୍କୁ ଯାତାୟାତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି କୁହୁଡ଼ି ବଢିବାରୁ ଅନେକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟୁଛି । ଯାହାଫଳରେ ଅନେକ ନିରୀହ ଜୀବନ ଚାଲି ଯାଉଛି। କୁହୁଡ଼ିକୁ ଆଖି ଆଗରେ ରଖି ୮ଟି ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ । ଏଥିସହ ପଶ୍ଚିମାଝଡ ଓ ଗୁରୁଚାପ ବଳୟର ପ୍ରଭାବରେ ଆସନ୍ତା ୧ ଓ ୨ ତାରିଖରେ ଉତର ଓଡିଶାର କେତେକ ଜିଲ୍ଲାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ । ତେଣୁ ଗାଡ଼ି ଚାଳକ ମାନଙ୍କୁ ସୁରକ୍ଷିତ ଭାବରେ ଗାଡ଼ି ଚାଲାଣ କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button