ଅପରାଧ

ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ଗୁଳି କରି ହତ୍ୟା – Ibnodisha

[ad_1]

ମୁମ୍ବାଇ: ଫେସବୁକ ଲାଇଭ ବେଳେ ଗୁଳିମାଡ । ଶିବସେନା(ୟୁବିଟି) ନେତା ଅଭିଷେକ ଘୋସାଲକରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୁମ୍ବାଇର ଆଇସି କଲୋନୀରେ ଏହି ଘଟଣା ଘଟିଛି । ମୁମ୍ବାଇର ପୂର୍ବତନ କର୍ପୋରେଟର ହେଉଛନ୍ତି ଅଭିଷେକ ଘୋସାଲକର । ତାଙ୍କର ଛାତି ଓ ପେଟରେ ଏକାଧିକ ଗୁଳି ବାଜିବାରୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ଗୁରୁବାର ସାମାଜିକ କର୍ମୀ ମୋରିସ୍ ନୋରହ୍ନା ଓ ଘୋସାଲକର ଲାଇଭ ଭିଡିଓ କରୁଥିଲେ । ଘୋସାଲକର ଲାଇଭ ଭିଡିଓରେ ଏକା ଥିବା ସମୟରେ ଗୁଳିମାଡ ହୋଇଥିଲା । ମୋରିସ୍ ପ୍ରଥମେ ଘୋସଲକରଙ୍କୁ ଗୁଳିମାଡ କରିବା ପରେ ନିଜକୁ ଗୁଳି କରି ଜୀବନ ହାରିଥିବା କୁହାଯାଉଛି । ତାଙ୍କର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଘୋସାଲକର ଏବଂ ମୋରିସ୍ ନୋରହ୍ନାଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା । ଗୁରୁବାର ଉଭୟ ଫେସବୁକ୍ ଲାଇଭ୍ ଆସି ଅଞ୍ଚଳର ଉନ୍ନତି ପାଇଁ ଦୁଇ ଜଣଙ୍କ ମଧ୍ୟରେ ଥିବା ବିବାଦକୁ ଶେଷ କରୁଛନ୍ତି ବୋଲି କହିଥିଲେ । ଭିଡିଓ ଶେଷ ହେବା ପରେ ଘୋସଲକରଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ଘୋସାଲକରଙ୍କୁ ମୃତ ଘୋଷଣା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button