ରାଜନୀତି

ବିଜେପିରେ ଯୋଗ ଦେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ – Ibnodisha

[ad_1]

ମୁମ୍ବାଇ: ଗତକାଲି କଂଗ୍ରେସ ଛାଡ଼ିବା ପରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ। ଆସନ୍ତାକାଲି ଚୌହ୍ବାନ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେଙ୍କୁ ପଠାଇଥିବା ଚିଠିରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ। କେବଳ କଂଗ୍ରେସ ନୁହେଁ ବରଂ ବିଧାୟକ ପଦରୁ ମଧ୍ୟ ଅଶୋକ ଇସ୍ତଫା ଦେଇଥିଲେ। ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଭେଟି ଅଶୋକ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଅଶୋକ ବିଜେପିରୁ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆହୁରି ବି ଶୁଣିବାକୁ ମିଳୁଛି ଯେ ଅଶୋକଙ୍କ ସହ ୧୦ରୁ ୧୨ ବିଧାୟକ ମଧ୍ୟ କଂଗ୍ରେସ ଛାଡିପାରନ୍ତି । ଏହାପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ଦୁଇ ବଡ ଚେହେରା ବାବା ସିଦ୍ଦିକି ଓ ମିଲିନ୍ଦ ଦେୱଡା ଦଳ ଛାଡିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button