ଦେଶ

ୟୁଜର୍ସଙ୍କ  କମେଣ୍ଟକୁ ନେଇ ରାଗିଲେ ବୁମରାଙ୍କ ପତ୍ନୀ – Ibnodisha

[ad_1]

ମୁମ୍ବାଇ: ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ଭାବେ ଜଶପ୍ରୀତ ବୁମ୍‌ରା ବେଶ ପରିଚିତ । ତାଙ୍କର ଦମ୍‌ଦାର ଖେଳ ପାଇଁ ସେ ସମସ୍ତ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ବର୍ତ୍ତମାନ ସେ କ୍ରିକେଟରୁ ବିରତି ନେଇଥିଲେ ମଧ୍ୟ କ୍ରିକେଟ ସହତି ଜଡିତ ଅଛନ୍ତି । ଏହା ସହିତ ତାଙ୍କ ପାରିବାରିକ  ଜୀବନ ଶୌଳୀକୁ ନେଇ ମଧ୍ୟ ସେ ବେଶ ଚର୍ଚ୍ଚାରେ ରହିଥାନ୍ତି । ସେ ଯେତିକି ଚର୍ଚ୍ଚିତ ତାଙ୍କ ପତ୍ନୀ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ଭିତରେ ସେ ଓ ତାଙ୍କ ପତ୍ନୀଙ୍କୁ ନେଇ ଏକ ଖବର ସାମ୍ନାଙ୍କୁ ଆସିଛି । ଭ୍ୟାଲେଣ୍ଟାଇନ ଡେ ଅବସରରେ ସେ ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଓ ତାଙ୍କ ପତ୍ନୀ ସଞ୍ଜନା ଗଣେସନ ନଜର ଆସିଛନ୍ତି । ଏହି ଭିଡିଓରେ ସଞ୍ଜନା ଟ୍ରୋଲ ର ଶିକାର ହୋଇଛନ୍ତି । ଜଣେ ୟୁଜର୍ସ ସଞ୍ଜନାଙ୍କ ବଡି ଶେମିଂ କରିଛନ୍ତି । ତାଙ୍କୁ ଭାଉଜ ଆପଣ ମୋଟି ହୋଇଗଲେଣି ବୋଲି କହିଛନ୍ତି । ଯାହାଫଳରେ ଏହି କମେଣ୍ଟ ଦେଖି ସଞ୍ଜନା ବେଶ ରାଗିଯାଇଥିଲେ । ଆଉ ଏହାର ଜବାବରେ କହିଥିଲେ ନିଜ ସ୍କୁଲ ବେଳର ବିଜ୍ଞାନ ପାଠ ମନେନଥିବ , ତୁମେ କିପରି ମହିଳାଙ୍କ ଶରୀର ଉପରେ ମନ୍ତବ୍ୟ ଦେବାକୁ ସାହାସ କରୁଛ । ଶୀଘ୍ର ଏଠୁ ଯାଅ । ଏହି ଜବାବ  କିଛି ପ୍ରଶଂସଙ୍କକୁ ବେଶ ପସନ୍ଦ ଆସିଛି । ପେସାରେ ବୁମ୍‌ରାଙ୍କ ସ୍ତ୍ରୀ ଜଣେ ଟିଭି ଆଙ୍କର ଭାବେ ପରିଚିତ । ୨୦୨୧ ରେ ସେ ଜଶପ୍ରୀତ ବୁମ୍‌ରାଙ୍କୁ ବିବାହ କରିଥିଲେ ।  ପରମର୍ତ୍ତୀ ସମୟରେ ସେ ଏକ ପୁତ୍ର ସନ୍ତାନର ମା ହୋଇଥିଲେ । ଏଥିପାଇଁ ସେ ଏବେ ନିଜ କାମରୁ ବିରତି ନେଇ ନିଜର ପରିବାର ସହିତ ଜୀବନ ବିତାଉଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button