ରାଜ୍ୟ

ଚିତାବାଘର ଛାଲ ଜବତ : ୧ ଗିରଫ – Ibnodisha

[ad_1]

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ପୋଲିସ ଷ୍ଟେସନ ଅନ୍ତର୍ଗତ ଦାରିଙ୍ଗିବାଡ଼ି ଘାଟିରେ ଏକ ଚିତାବାଘର ଛାଲ ସହିତ ଜଣଙ୍କୁ ଗିରଫ କରିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଅଭିଯୁକ୍ତ ଜଣକ ଗୋହିବାଡି ଗାଁର ଘେନେଶ୍ୱର ପ୍ରଧାନ ବୋଲି ଜଣାପଡିଛି। ଗୁପ୍ତତଥ୍ୟ ଆଧାରରେ ଏସଟିଏଫ୍ ଟିମ୍ ବନ୍ୟଜନ୍ତୁ ଅପରାଧୀଙ୍କ ଦ୍ୱାରା ବନ୍ୟଜନ୍ତୁ ଦ୍ରବ୍ୟର କାରବାର ସମ୍ପର୍କରେ କନ୍ଧମାଳ ବନ ଅଧିକାରୀ ତଥା କନ୍ଧମାଳ ପୋଲିସର ସହାୟତାରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏସଟିଏଫ୍ ଟିମ୍ ଅଭିଯୁକ୍ତକୁ ନିକଟରୁ ଗୋଟିଏ ଚିତାବାଘ ଚର୍ମ, ଗୋଟିଏ ଦେଶୀ ପିସ୍ତଲ ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଉଦ୍ଧାର କରିଥିଲା । ଅଭିଯୁକ୍ତକୁ କନ୍ଧମାଳ ଜିଲ୍ଲା କୋର୍ଟକୁ ପଠାଇ ଦିଅ ଯାଇଛି । ତେବେ ଚର୍ମକୁ ଜୈବ ପରୀକ୍ଷା ପାଇଁ ଦେହରାଡୁନ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନିକଟକୁ ପଠାଯିବ । ଜବତ ଦେଶୀ ପିସ୍ତଲକୁ ବାଲିଷ୍ଟିକ୍ ପରୀକ୍ଷା ପାଇଁ ରସୁଲଗଡର ଏସଏଫଏସଏଲ କୁ ପଠାଯିବ। ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏହି ଘଟଣାର ଅଧିକ ତଦନ୍ତ ଜାରିରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button